csstore

ଦ୍ୱାଦଶାହ କାର୍ଯ୍ୟରେ ପୌରପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ସ୍ମୃତିଚାରଣ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ଦ୍ୱାଦଶାହ କାର୍ଯ୍ୟ ଅବସରରେ ସ୍ଥାନୀୟ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ମୃତିଚାରଣ ସଭାରେ ଆୟୋଜିତ ସ୍ମୃତି ସଭାରେ ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ସ୍ମୃତିଚାରଣ ସଭାରେ ବହୁ ଗଣ୍ୟମାନ୍ୟ ସମ୍ମାନୀୟ ଅତିଥିଗଣ, ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ପରଲୋକଗତ ଆତ୍ମାଙ୍କ ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଭଞ୍ଜନଗରର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଜେପି ଗଞ୍ଜାମ ଜିଲ୍ଲା ପ୍ରଭାରୀ ଶାରଦା ପ୍ରସାଦ ଶତପଥୀଙ୍କ ସମେତ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ , ବିଜୟ ସ୍ୱାଇଁ, ଉତ୍ତମ ପାଣିଗ୍ରାହୀ, କାହ୍ନୁ ଚରଣ ପତି, କୃଷକ ମୋର୍ଚ୍ଚା ଗଣମାଧ୍ୟମ ପ୍ରମୁଖ ନିମାଇଁ ଚରଣ ପଣ୍ଡା, ଆଡଭୋକେଟ୍ ପ୍ରଦୀପ ପାଢ଼ୀ, ପଦ୍ମଚରଣ ସାହୁ, ବସନ୍ତ ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ତଥା ଜାତୀୟ ଖାଦ୍ୟ ନିଗମ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ଗଙ୍ଗାଧର ଶତପଥି, ପ୍ରଭାତ ଷଡ଼ଙ୍ଗୀ, ଗଙ୍ଗଦେବ, ପ୍ରଦୀପ ମିଶ୍ର, ସବିତା ସୁଆର, କୀର୍ତ୍ତନ ଦାସ୍, ରୁଇନା ପଟ୍ଟନାୟକ, ପ୍ରଫୁଲ୍ଲ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଣ୍ଡା, ଆଡଭୋକେଟ୍ ଧର୍ମା ରେଡ୍ଡୀ, ଗୌରହରି ନାହକ, ସନ୍ତୋଷ ମହାପାତ୍ର, ଭୀମସେନ ବେହେରା, ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.