jsm

ସରିଲା ରାବଣ ବଧ ଓ ଶ୍ରୀରାମଙ୍କ ଅଭିଷେକ

csstore

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମଳ ବ୍ଲକର ସମସ୍ତ ଅନୁଷ୍ଠାନରେ ପ୍ରଭୁ ଶ୍ରୀରାମ ଭଗବାନଙ୍କ ବିଜୟ ଏବଂ ରାବଣ ବଧ ହୋଇଯାଇଛି । ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର ୨୦୦ ବର୍ଷର ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ଶ୍ରୀରାମ ଲୀଳା ତଥା ରାବଣ ବଧ ସମ୍ପୂର୍ଣ୍ଣ ହୋଇଛି । ଏନେଇ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶ୍ରୀରାମ ନବମୀର ରାମ ରାବଣ ଶୋଭାଯାତ୍ର ସହିତ ରାବଣ ବଧ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରାଯାଇଥିଲା । ପ୍ରତି ବର୍ଷ ଏହି ଉତ୍ସବ ପାଳିତ ହୋଇ ଆସୁଥିବା ବେଳେ ଏହା ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା । ଅତ୍ୟାଧୁନିକ ଲାଇଟ ଓ ବାଣରେ ରାମଲୀଳା ପଡିଆ ଝଲସି ଉଠିଥିବା ବେଳେ ଦର୍ଶକଙ୍କ ବେଶ ମନ ମୋହିଥିଲା । ରାମ ଭୂମିକାରେ ଭୁବନ ବିଶ୍ୱାଳ, ଲକ୍ଷ୍ମଣ ଭୂମିକାରେ ସୁଶାନ୍ତ ବାରିକ, ରାବଣ ଭୂମିକାରେ ଭବାନୀ ଶଙ୍କର ବିଶ୍ୱାଳ, ଦୂତ ଭୂମିକାରେ ରବୀନ୍ଦ୍ର ଅମାତ, ହନୁମାନ ଭୂମିକାରେ ଉପେନ୍ଦ୍ର ବଡ଼ମାଳି, ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସଂସଦ ଦେବଗଡ଼ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.