ସୁବଲୟା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ବିରମହାରାଜପୁର : ବିରମହାରାଜପୁର ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ରଥଙ୍କ ସଭାପତିତ୍ୱରେ ତଥା ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ଚନ୍ଦ୍ରମଣି ବାଘଙ୍କର ସଂଯୋଜନାରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ମନକୁ ପ୍ରଫୁଲ୍ଲିତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇ ଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ପୋଷଣର ଆବଶ୍ୟକତା ରହିଛି । ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା, ହାତ ଧୁଆ ଅଭ୍ୟାସ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପା ବିଶ୍ୱାଳ ସୁରେନ୍ଦ୍ର ପ୍ରସାଦ ପାଢ଼ୀ ସରୋଜ ଶତପଥୀ ମତବ୍ୟକ୍ତ କରିଥିଲେ । ଜୁନିଅର ରେଡ଼ କ୍ରସର ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଜୁନିୟର ସିପିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × 1 =