pakka

୧୦ ଦଫା ଦାବୀରେ ଅଭିଭାବକ ମହାସଂଘର ଆମରଣ ଅନଶନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୦ ଦଫା ଦାବୀ ତଥା ଜିଲ୍ଲାପ୍ରଶାସନର ଅପାରଗତା ବିରୁଦ୍ଧରେ ଅଭିଭାବକ ମହାସଂଘ ଆଜି ବଲାଙ୍ଗିର ଜି‌ଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନର ଡାକରା ଦେଇଛି । ସେହି କ୍ରମରେ ମହାସଂଘର ଉପାଧକ୍ଷ୍ୟ ପ୍ରଦ୍ୟୁମ୍ନ ମିଶ୍ର, ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ରପାଣୀ ମିଶ୍ର ଓ ଲିଟିଲ ଫ୍ଲାୱାର ସ୍କୁଲ ଆବାହକ ଦେବାରାଜ ଗୋୟଲ ଆମରଣ ଅନଶନରେ ବସିଛନ୍ତି । କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ବାବଦକୁ ମାନ୍ୟବର ହାଇକୋର୍ଟ ଓ ଓଡିଶା ମାନବ ଅଧିକାର କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶାବଳୀ ବିରୁଦ୍ଧରେ ସ୍ଥାନୀୟ ଲିଟିଲ ଫ୍ଲାୱାର ସ୍କୁଲ ବେଆଇନ ଫି ଆଦାୟ କରୁଛି । ଆହୁରି ଫି ଆଦାୟ ବାବଦକୁ ଜାଲି ରସିଦ ପ୍ରଦାନ କରୁଛି । ଏହି ଘଟଣାରେ ମହାସଂଘ ବିଭିନ୍ନ ତଥ୍ୟ ସହ ହାଇକୋର୍ଟ ନିର୍ଦ୍ଦେଶାବଳୀ ଲାଗୁକରି ଲିଟିଲ ଫ୍ଲୱାର ସ୍କୁଲ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ସହାୟତା ଲୋଡିଛି । କିନ୍ତୁ ଆଶ୍ଚର୍ୟ୍ୟଜନକ ଭାବେ ଜିଲ୍ଲା ପ୍ରଶାସନ ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ନିଜକୁ ଅପାରଗତ ସାବିତ କରିଛି । ତେଣୁ ବାଧ୍ୟ ହୋଇ ନିଜ ହକ ପ୍ରାପ୍ତି ପାଇଁ ଅଭିଭାବକ ମହାସଂଘ ଆଜି ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛି ବୋଲି ମହାସଂଘ ତରଫରୁ କୁହାଯାଇଛି । ତେବେ ଜିଲ୍ଲା ଶିକ୍ଷା ବିଭାଗ ସହିତ କୌଣସି ସଂପର୍କ ହୋଇପାରି ନଥିବା ବେଳେ ଲିଟିଲ ଫ୍ଲାୱାର ସ୍କୁଲ କର୍ତ୍ତୁପକ୍ଷ୍ୟ ଏସଂକ୍ରାନ୍ତିୟ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି ।

jay balangir
Leave A Reply

Your email address will not be published.

3 × 3 =