ଗରିବ କଇଁରୁଙ୍କୁ କେବେ ମିଳିବ ସରକାରୀ ଆବାସ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଯୋଗୀସର୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କରନପାଲି ଗ୍ରାମରେ ଏକ ପରିବାର ପଲିଥିନ୍‌ ତଳେ ରହୁଥିବା ଜଣାପଡିଛି । ସୂଚନା ଅନୁସାରେ କଇଁରୁ ପଧାନ(୭୦) ସ୍ତ୍ରୀ କାନ୍ତି ପଧାନ(୬୫) ଅନ୍ଧ ଝିଅ କଳ୍ପନା ପଧାନ(୨୫) ଭଙ୍ଗା ଗୃହରେ ପଲିଥିନ ତଳେ ରହୁଛନ୍ତି । ସେମାନଙ୍କ କହିବା ଅନୁସାରେ ଦୁଇ ବର୍ଷ ଆଗରୁ ବନ୍ୟା ବାତ୍ୟାରେ ତାଙ୍କର ମାଟି ଛପର ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ବେଳେ ସେମାନେ ଏପର୍ଯ୍ୟନ୍ତ ଆବାସ ଯୋଜନା ପାଇନଥିବାରୁ ଏକ ପଲିଥିନ୍‌ ତଳେ ଆଶ୍ରୟ ନେଇ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

4 × five =