ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ ଇନ୍ଦ୍ରାବତୀ ମହାକୁର

ଲୋଇସିଂହା : ଦିନକୁ ଦିନ ଫୁଲି ଯାଉଛି ମୁହଁ ଏବଂ ଗୋଡ଼ ଦୁଇଟି ସରୁ ହେବାରେ ଲାଗିଛି । ହେଲେ ଅର୍ଥାଭାବରୁ ଉଚ୍ଚତର ଚିକିତ୍ସା ପାଇ ପାରୁନାହାନ୍ତି । ଘରେ ଯାହା ଆର୍ଥିକ ସମ୍ବଳ ଥିଲା ଚିକିତ୍ସା ପାଇଁ ବଲାଙ୍ଗିର ଓ ବୁର୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସବୁ ସରିଗଲାଣି । ଏବେ ଘରକୁ ଆସି ନିରାଶ୍ରୟ ଅବସ୍ଥାରେ ପଡ଼ି ରହିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଯୋଗିସର୍ଡା । ପଞ୍ଚାୟତ କରନପାଲି ଗାଁର ଇନ୍ଦ୍ରାବତୀ ମହାକୁର । ତେବେ ଏଥିପ୍ରତି ସଂପୃକ୍ତ ମହିଳାଙ୍କୁ ସରକାରୀ ଚିକିତ୍ସା ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଗଲେ ମହିଳା ରୋଗମୁକ୍ତ ହୋଇପାରିବେ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

four × 1 =