p purohi

ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୧୮ଜଣ ପ୍ରାର୍ଥୀ କଲେ ଦାଖଲ

dr. purohit

ମୁରିବାହାଲ : ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ମୋଟ ୧୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪୦ଜଣ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ବ୍ଲକ୍‌ ଅଫିସରୁ ଫର୍ମ ସଂଗ୍ରହ କରିଥିବାବେଳେ କେବଳ ବ୍ଲକ୍‌ ଉପଧ୍ୟକ୍ଷା ସୁନ୍ଦରମତି ବାଗ ଅଣସଂରକ୍ଷିତ ମୁରିବାହାଲ ସଦର ପଞ୍ଚାୟତ ପାଇଁ ପୁଣିଥରେ ସମିତି ସଭ୍ୟା ପ୍ରାର୍ଥୀ ଭାବେ ତାଙ୍କ ସମର୍ଥକଙ୍କ ସହ ଆସି ବ୍ଲକ୍‌ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ପ୍ରିୟରଞ୍ଜନ କୁମାରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ସେହିପରି ସରପଞ୍ଚ ପଦ ପାଇଁ ୩ଜଣ, ୱାର୍ଡସଭ୍ୟ ପାଇଁ ୧୪ଜଣ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

nrusinghnath
Leave A Reply

Your email address will not be published.