ଲଦ୍ଦାଖ ସୀମାରେ ଉତ୍ତେଜନା ଜାରି : ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : ଲଦ୍ଦାଖ ସୀମାରେ ଚୀନ୍‌ ସେନା ପକ୍ଷରୁ ବାରମ୍ବାର ଅତିକ୍ରମଣ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଉତ୍ତେଜନା ଜାରି ରହିଥିବା ଖବର ମିଳିଛି । ନର୍ଥ ବ୍ଲକ ଠାରୁ ସାଉଥ୍‌ ବ୍ଲକ୍‌ ପର୍ଯ୍ୟନ୍ତ ଚୀନ୍‌ର ନଜର ରହିଛି, କିନ୍ତୁ ଭାରତୀୟ ସେନା ମଧ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ସମସ୍ତ ଦିଗରୁ ପ୍ରସ୍ତୁତ ରଖିଛି । କୁହାଯାଉଛି ଯେ, ୭ ସେପ୍ଟେମ୍ବରରୁ ଭାରତୀୟ ସେନା ମଧ୍ୟ ନିଜର ସଂଖ୍ୟା ବଢେ଼ଇଛି । ଚୀନ୍‌ର ପିପୁଲ୍‌ସ୍‌ ଲିବେରେସନ ଆର୍ମି କେତେକ ଭାରତର ଇଲାକାକୁ ପଶିବା ପାଇଁ ଚେଷ୍ଟା କରିଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏମାନଙ୍କୁ ରୋକା ଯିବା ପୂର୍ବକ କିଛି ଗୁଳି ଚାଳନା ବି ହୋଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ୨୯ରୁ ୩୧ ଅଗଷ୍ଟ ମଧ୍ୟରେ ଯେଉଁଭଳି ଅତିକ୍ରମଣ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ମଧ୍ୟ ଫାଇରିଂ ହୋଇଥିଲା । ଭାରତୀୟ ସେନା ଚୀନ୍‌ର ସମସ୍ତ ପ୍ରକାର ଉଦ୍ୟମକୁ ବିଫଳ କରିବାରେ ସଫଳତା ଅର୍ଜନ କରିଛି ।

Leave A Reply

Your email address will not be published.