କୃଷି ସମ୍ବନ୍ଧିତ ଅଧ୍ୟାଦେଶକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ହର୍‌ସିମ୍‌ରତ କୌର ବାଦଲ

ନୂଆଦିଲ୍ଲୀ : କୃଷି ସମ୍ବନ୍ଧିତ ଅଧ୍ୟାଦେଶକୁ ଆଣୁଥିବା ମୋଦୀ ସରକାରଙ୍କୁ ଏବେ ଝଟ୍‌କା ଲାଗିଛି । ବିଜେପି.ର ସହଯୋଗ ଶିରୋମଣି ଅକାଳିି ଦଳ ଅଧ୍ୟାଦେଶକୁ ବିରୋଧ କରିଛି । ଆଜି ଯେତେବେଳେ ବିଲ୍‌କୁ ଲୋକସଭାରେ ପେସ୍‌ କରାଯାଇଛି, ସେତେବେଳେ ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ହରସିମ୍‌ରତ୍‌ କୌର୍‌ ବାଦଲ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସାଂସଦ ସୁଖବୀର ସିଂହ ବାଦଲ ଏହା ବି କହିଛନ୍ତି ଯେ, ଶିରୋମଣି ଅକାଳି ଦଳର ସଦସ୍ୟ ତଥା କେନ୍ଦ୍ର ମନ୍ତ୍ରୀ ହରସିମ୍‌ରତ୍‌ କୌର ବାଦଲ ସରକାରରୁ ଇସ୍ତଫା ଦେବେ । ଆମେ ଏହି ନିଷ୍ପତ୍ତି ବିଲ୍‌କୁ ବିରୋଧ କରିବା ପୂର୍ବକ ନେଇଛୁ । ତାଙ୍କ କହିବା ଅନୁସାରେ ଏହି ବିଲ୍‌କୁ ଶିରୋମଣି ଅକାଳି ଦଳ ବିରୋଧ କରୁଛି । ଏହି ବିଲ୍‌ ଯୋଗୁଁ ୨୦ ଲକ୍ଷ କୃଷକ ପ୍ରଭାବିତ ହେବେ । ଦେଶ ସ୍ୱାଧୀନତା ପରେ ପ୍ରତ୍ୟେକ ରାଜ୍ୟ ନିଜ ନିଜ ଯୋଜନା ପ୍ରସ୍ତୁତ କରିଛି । ପଞ୍ଜାବ ସରକାର ବିଗତ ୫୦ ବର୍ଷ ଧରି କୃଷିକୁ ନେଇ ଅନେକ କାମ କରିଛି । ପଞ୍ଜାବରେ ଚାଷୀ ଚାଷକୁ ନିଜର ସନ୍ତାନ ବୋଲି ଭାବେ ।

Leave A Reply

Your email address will not be published.