ତେଜସ୍ୱୀ ଯାଦବଙ୍କ ନୂଆ ଆକ୍ରମଣ : ନୀତୀଶ କୁମାରଙ୍କ ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଥିବା ଦାବୀ

ପାଟନା : ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରିଛନ୍ତି । ନୀତୀଶ କୁମାରଙ୍କ ନୂତନ ସରକାରର ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି ବୋଲି ଦାବୀ କରିଛନ୍ତି ତେଜସ୍ୱୀ ଯାଦବ । ଏକ ଖବରକୁ ଆରଜେଡି ନେତା ଟ୍ୱିଟ୍ କରି କହିଛନ୍ତି, “ନୀତୀଶ କୁମାରଙ୍କ ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତର ଅପରାଧିକ ମାମଲା ପଞ୍ଜିକୃତ ହୋଇଛନ୍ତି । ସାବଧାନ ରୁହନ୍ତୁ, ଯଦି କେହି ନୈତିକତା, ଉତ୍ତମ ଶାସନ ଏବଂ ଜନମତ ବିଷୟରେ କହିବେ.. ପରିବର୍ତ୍ତନ ଆଦେଶର ବିପରୀତ, ଏକ ଅନୈତିକ ସରକାର ଗଠନ କରାଯାଇଛି । ନୀତୀଶ କୁମାର ଜୀବିକା, ଚାକିରି, ସମାନ କାର୍ୟ୍ୟ ସମାନ ଦରମା, ଚାଷ ଋଣ ଛାଡ, ବିଦ୍ୟୁତ୍ ହାର ହ୍ରାସ, ପୁରୁଣା ପେନ୍ସନ୍ ପ୍ରୟୋଗ, ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଦାବୀ ପୂରଣ ଏବଂ ବଜେଟର ୨୨% ଖର୍ଚ୍ଚ ଭଳି ସାକରାତ୍ମକ ପ୍ରସଙ୍ଗ ଛାଡି ନାକାରା‌ତ୍ମକ ପ୍ରସ‌ଙ୍ଗକୁ ଆଲିଙ୍ଗନ କରିଛ‌ନ୍ତି ।”

Leave A Reply

Your email address will not be published.