ପୁରୀ ହାଜତ ମୃତ୍ୟୁ ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀ ଜିଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟର ରାଜନୀତି ଜଗତରେ ତୁମ୍‌ମ୍ବି ତୋଫାନ୍‌ ଜୋର୍‌ ଧରିଛି । ଏହି ଘଟଣାକୁ ସାଧାରଣ ଲୋକ, ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି । ତେବେ ଆଜି ମୃତ କେ. ରମେଶଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସମ୍ବିତ ପାତ୍ର କହିଛନ୍ତି ଯେ, ହାଜତରେ ମୃତ୍ୟୁବରଣ କରିଥିବା କେ. ରମେଶଙ୍କୁ ପୁଲିସ ଆତଙ୍କବାଦୀ ଭଳି ବ୍ୟବହାର କରିଥିଲା । ରମେଶଙ୍କୁ ବାଡ଼େଇ ବାଡ଼େଇ ପୁଲିସ ମାରିଦେଲେ । ପୁଲିସ୍‌ ରକ୍ଷକ ନହୋଇ ଭକ୍ଷକ ହେବା ଆଦୌ ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.