ଦିଲ୍ଲୀରେ ସବୁ ସ୍କୁଲ ୫ ଅକ୍ଟୋବର ଯାଏଁ ବନ୍ଦ

ନୂଆଦିଲ୍ଲୀ : ବଢ଼ୁଛି କରୋନା ସଂକ୍ରମଣ ଆହୁରି ଆହୁରି । ଏହି ଦିଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି । ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ । ଏ ସଂବନ୍ଧରେ ଦିଲ୍ଲୀ ସରକାର ଆଜି ସାର୍କୁଲାର୍‌ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣର ବୃଦ୍ଧିକୁ ଲକ୍ଷ୍ୟ ରଖି ଅଧିକାଂଶ ରାଜ୍ୟ ସରକାର ବିଚଳିତ ଅଛନ୍ତି । ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ହରିଆନା ଭଳି ରାଜ୍ୟର ସ୍କୁଲ କିନ୍ତୁ ଖୋଲିବାକୁ ପ୍ରସ୍ତୁତ ଜାରି ରହିଛି । କିନ୍ତୁ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟରେ ରାଜ୍ୟ ସରକାର ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ଏବେ ଏହି ତାଲିକାରେ ଦିଲ୍ଲୀ ବି ସାମିଲ୍‌ ହୋଇଯାଇଛି । ତେବେ ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁସାରେ ଆବଶ୍ୟକତା ଅନୁସାରେ ପୁରୁଣା ଗାଇଡ୍‌ଲାଇନ୍‌ ଆଧାରରେ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇ ପାରିବ । ସରକାରୀ, ଏଡେଡ଼୍‌, ପ୍ରାଇଭେଟ୍‌ ଏବଂ ଏମ୍‌ସିଡ଼ି ସହ ଦିଲ୍ଲୀର ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସର୍କୁଲାର ସମ୍ବନ୍ଧରେ କର୍ମଚାରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଫୋନ୍‌ କଲ୍‌, ଏସ୍‌ଏମ୍‌ଏସ୍‌ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ସୂଚନା ପ୍ରଦାନ କରନ୍ତୁ ।

Leave A Reply

Your email address will not be published.