ଏମ୍‌ଏସ୍‌ପି.କୁ ନେଇ ମିଥ୍ୟା ପ୍ରଚାର ଚାଲିଛି, ସମର୍ଥନ ମୂଲ୍ୟ ପାଇଁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୃଷି ଅଧ୍ୟାଦେଶକୁ ନେଇ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଚାଷୀଙ୍କୁ ଭରସା ଦେଇ କହିଛନ୍ତି ଯେ, ନ୍ୟୁନତମ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ସମାପ୍ତ ହେବନାହିଁ, ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଧ୍ୟାଦେଶରେ ଏମ୍‌ଏସ୍‌ପି.କୁ ନେଇ ମିଥ୍ୟା ପ୍ରଚାର କରାଯାଉଛି । ଏଭଳି ମିଥ୍ୟା ପ୍ରଚାର ଚାଷୀଙ୍କ ପାଇଁ ଧୋକ୍କା ବୋଲି ସେ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ରମରେ ବିହାରର ରେଲୱେ ବ୍ରିଜ୍‌ ଉଦ୍‌ଘାଟନ ଅବସରରେ ଚାଷୀମାନଙ୍କୁ ସେ ଭରସା ପ୍ରଦାନ କରିଛନ୍ତି । ଏଭଳି ମିଥ୍ୟା ପ୍ରଚାର ଚାଲିଛି, ସରକାର ଚାଷୀମାନଙ୍କୁ ସେମାନଙ୍କ ଲାଭ ଦେବ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏମ୍‌ଏସ୍‌ପି.କୁ ନେଇ ମନଗଢ଼ା କଥା କୁହାଯାଉଛି ଯେ ଚାଷୀଠାରୁ ଗହମ, ଧାନ କିଣାଯିବ ନାହିଁ । କିନ୍ତୁ ଏସବୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ । ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାର ଚାଷୀଙ୍କୁ ଏମ୍‌ଏସ୍‌ପି. ପ୍ରଦାନରେ ପ୍ରତିବଦ୍ଧ । ପୂର୍ବରୁ ବି ଚାଷୀଙ୍କ ଏମ୍‌ଏସ୍‌ପି. ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଥିଲା, ଆଗକୁ ବି ରହିବ । ସରକାର ପୂର୍ବ ଭଳି କିଣିବା ପ୍ରକ୍ରିୟା ଜାରି ରହିବ ।

Leave A Reply

Your email address will not be published.