pakka

ବିଳମ୍ବିତ ରାତିରେ ମାଛ ବ୍ୟବସାୟୀଙ୍କୁ ନୃଶଂସ ହତ୍ୟା

kalikesh

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ମାଛ ବ୍ୟବସାୟୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜଣେ ମାଛ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କର ମୃତଦେହ ଗୋଲାପୋଲ ନିକଟରୁ ଉଦ୍ଧାର ହୋଇଛି । ମୃତ ମାଛ ବ୍ୟବସାୟୀଙ୍କ ନାଁ ରବି ସିଂ । ତେବେ ତାଙ୍କ ଶରୀରରେ ଏକାଧିକ ଆକ୍ରମଣର ଚିହ୍ନ ରହିଥିବାରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।

pp
Leave A Reply

Your email address will not be published.

one × 2 =