pakka

କଳାକାର ଭତ୍ତା ପାଇଁ ଯୋଗ୍ୟ କଳାକାରଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ପରିସେରେ ରାଜ୍ୟ ସରକାରଙ୍କ କଳାକାର ଭତା ପାଇବା ପାଇଁ ଦୁଇ ଦିନ ଧରି ଆବେଦନ କରଥିବା କଳାକାରମାନଙ୍କର ପ୍ରମାଣପତ୍ର ତନଖି ଓ ଦକ୍ଷତା (ଅଡିସନ୍‌) ପରିକ୍ଷା କରାଯାଇଥିଲା । ଡିସେମ୍ବର ୧୭,୧୮ତାରିଖରେ ଡେଲାଙ୍ଗ ପଚାଂୟତ ସମିତି ଅଧିନସ୍ଥ ୨୧ଟି ଗ୍ରାମ ପଚଂୟତର ରାଜ୍ୟ ସରକାରଙ୍କ କଳାକାର ଭତ୍ତା ପାଇବା ପାଇଁ ଆବେଦନ କରିଥିବା ୧୮୪ ଜଣ ପାଲା, ଦାସକାଠିଆ, ସଙ୍କିର୍ତ୍ତନ, ନାଟ୍ୟକାର ଆଦି କ୍ଷେତ୍ରରେ କଳାକାରଙ୍କ ପ୍ରମାଣପତ୍ର ତନଖି ଓ ଦକ୍ଷତା (ଅଡିସନ୍‌) ପରୀକ୍ଷା କରାଯାଇଥିଲା । ଏହି ଚୟନ ପକ୍ରିୟାରେ ସୁପରଭିଜନ ଓ ମନିଟେରୀଙ୍ଗ ଦାୟିତ୍ୱରେ ବିଡିଓ, ଏବିଡିଓ, ବିଇଓ, ତହସିଲଦାର ଓ ସିଡିପିଓ ଥିବା ବେଳେ ଅଡିସନ ଟେଷ୍ଟରେ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରଭଜଂନ ଭୋଳ, ଶ୍ରୀକାନ୍ତ ପ୍ରଧାନ, କାର୍ତ୍ତିକେଶ୍ୱର ପରିଡା, ସିଇଓ ତପନ କୁମାର ଦାଶ ଓ ଏବିଇଓ ଯୁଧିଷ୍ଟିର ପରିଡା ଦାୟିତ୍ୱରେ ରହିଥିଲେ । ସାମଗ୍ରିକ ଭାବେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଏହାର ତଦାରଖ କରିଥିଲେ ।

Leave A Reply

Your email address will not be published.

nineteen + ten =