pakka

ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମୁମ୍ବାଇ ପୋଲିସରେ ସବ୍‌-ଇନ୍ସପେକ୍ଟର ଥିଲେ ରାଜକୁମାର : ତାଙ୍କ ସ୍ୱତନ୍ତ୍ର ଶୈଳୀର ସଂଳାପ ପାଇଁ ସେ ଏବେ ବି ଫେମସ୍‌

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ୩ ଜୁଲାଇ ୧୯୯୬ରେ ଜଗତରୁ ବିଦାୟ ନେଇଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ସ୍ୱତନ୍ତ୍ର ଶୈଳୀର ସଂଳାପ ବିତରଣ ପାଇଁ ଏବେ ମଧ୍ୟ ଚଳଚ୍ଚିତ୍ର ପ୍ରେମୀଙ୍କ ଜଗତରେ ଖୁବ୍‌ ଫେମସ୍‌ । ତାଙ୍କର ସଂଳାପ ଆଜି ବି ପ୍ରସିଦ୍ଧ । ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ସେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟର ଥିଲେ । ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କେତେକ ବିଶେଷ ଦିଗ ସଂପର୍କରେ ।

ରାଜକୁମାର ୧୯୫୨ର ହିନ୍ଦୀ ଚଳଚ୍ଚିତ୍ର ‘ରଙ୍ଗିଲି’ରେ ଅଭିନୟ କରିବା ପୂର୍ବରୁ ୧୯୪୦ ଦଶକ ଶେଷ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସର ଜଣେ ସବ୍‌-ଇନ୍ସପେକ୍ଟର ଥିଲେ । ସେ ଓସ୍କାର ମନୋନୀତ ଚଳଚ୍ଚିତ୍ର ‘ମଦର ଇଣ୍ଡିଆ’ (୧୯୫୭)ରେ ଅଭିନୟ କରିଥିଲେ ଏବଂ ଚାରି ଦଶନ୍ଧି ମଧ୍ୟରେ କ୍ୟାରିୟରରେ ୭୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ରାଜକୁମାର ୧୯୪୦ ଦଶକରେ ମୁମ୍ବାଇ ଆସିଥିଲେ । ସେ ଜେନିଫର୍‌ଙ୍କୁ ବିବାହ କରିଥିଲେ, ଯିଏ ଜଣେ ଆଙ୍ଗ୍‌ଲୋ-ଇଣ୍ଡିଆନ୍‌ ଥିଲେ । ଜେନିଫର୍‌ଙ୍କୁ ସେ ବିମାନରେ ଭେଟିଥିଲେ, ଯେଉଁଠାରେ ସେ ଜଣେ ଏୟାର ହୋଷ୍ଟେସ୍‌ ଥିଲେ । ପରେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ନାମ ଗାୟତ୍ରୀ ନାମରେ ପରିବର୍ତ୍ତନ କରିଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି, ଯେଉଁମାନେ ଏବେ ବଲିଉଡରେ ସକ୍ରିୟ ଅଛନ୍ତି ।

ରାଜକୁମାର ‘ରଙ୍ଗିଲି’ ପରେ ‘ଘମଣ୍ଡ’, ‘ଲାଖୋଁ ମେ ଏକ’ ଭଳି ଚଳଚ୍ଚିତ୍ର ଅଭିନୟ କରିଥିଲେ, କିନ୍ତୁ ସେ ମଦର ଇଣ୍ଡିଆ(୧୯୫୭)ରେ ଲୋକପ୍ରିୟତା ହାସଲ କରିଥିଲେ । ସେ ଶମ୍ମି କପୁରଙ୍କ ସହ ‘ଉଜାଲା’ ଏବଂ ଦିଲୀପ କୁମାରଙ୍କ ସହ ‘ପଏଗମ୍‌’ରେ କାମ କରିଥିଲେ ।

ରାଜକୁମାର ‘ଦିଲ ଏକ ମନ୍ଦିର’ (୧୯୬୩)ରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ସେ ୧୯୬୫ ମସିହାରେ ସୁନୀଲ ଦତ୍ତ, ଶଶି କପୁର ଏବଂ ବଲରାଜ ସାହାନିଙ୍କ ସହ ‘ୱକ୍ତ’ରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କର ସଂଳାପ କହିବାର ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ।

Leave A Reply

Your email address will not be published.

fourteen − five =