pakka

ଚର୍ଚ୍ଚାରେ ଅର୍ଚ୍ଚନା : ସାରା ଓଡିଶାରେ ତାଙ୍କ ସଂଗୀତର ସ୍ୱରରେ ଝୁମନ୍ତି ଦର୍ଶକ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲା ବେଳୁ ସବୁବେଳେ ମନେ ମନେ ଗୁଣୁ ଗୁଣୁ ଗୀତ ଗାଉଥିଲେ ଅର୍ଚ୍ଚନା । ମନରେ ସବୁବେଳେ ଅନକେ ଉତ୍ସାହ ରହିଥିଲା ସଂଗୀତ ଜଗତ ପାଇଁ । ଗୀତ ଶିଖାଇବା ପାଇଁ ତାଙ୍କର କେହି ଗୁରୁ ନଥିଲେ । କିନ୍ତୁ ତାଙ୍କ ମା’ଙ୍କଠୁ ନିଜ ଅଜ୍ଞାତରେ ଶିଖିଯାଇଥିଲେ ଗୀତ ଗାଇବା । ପିଲାଦିନେ ମନେ ମନେ ଗୁଣୁ ଗୁଣୁ ଗୀତ ଗାଉଥିବା ଅର୍ଚ୍ଚନା ଆଜି ସଂଗୀତ ଜଗତରେ ଚର୍ଚ୍ଚାରେ ।

ଆଜି ପଶ୍ଚିମ ଓଡିଶାରେ କେବଳ ନୁହେଁ, ସାରା ଓଡିଶାରେ ଘରେ ଘରେ ଶ୍ରୋତାଙ୍କ ମନରେ ବସାବାନ୍ଧି ଗୋଟିଏ ଦିନରେ ରାତାରାତି ନିଜର ପରିଚୟ ସୃଷ୍ଟି କରି ଗେହ୍ଲଇ ରାନୀ ଭାବରେ ବର୍ତ୍ତମାନ ନିଜର ସ୍ୱତନ୍ତ୍ର ସ୍ଥିତି ଜାହିର୍‌ କରିଛନ୍ତି ବଲାଙ୍ଗିର ମାଟିର ଝିଅ ଅର୍ଚ୍ଚନା ପାଢୀ । ବଲାଙ୍ଗିର ସହରର ରେଲୱେ ଷ୍ଟେସନ ଅଂଚଳ ନିବାସୀ ବାପା ସିନୁ ସୁନ୍ଦର ପାଢୀ ଓ ମା’ ସୁଜାତା ପାଢୀଙ୍କ ଏକ ମାତ୍ର ଝିଅ ଅଟନ୍ତି ଅର୍ଚ୍ଚନା । ସେ ଗତ ୧୯୯୭ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ବର୍ତ୍ତମାନ ବିଏଏମ୍‌ଏସ୍‌ରେ ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି ।

ଅର୍ଚ୍ଚନା ଏମିତି ଜଣେ ଝିଅ, ଯିଏକି ଯେଉଁ ଦିଗରେ ପାଦ ଥାପିଲେ ପାଇଛନ୍ତି ବେଶ୍‌ ସଫଳତା । ସେଥିପାଇଁ ତ ସାରା ଓଡିଶାରେ ଏବେ ଚର୍ଚ୍ଚାରେ ଅଛନ୍ତି ଅର୍ଚ୍ଚନା । ସୁମଧୁର ସ୍ୱରରେ ଗୀତ ଗାଇବା ସାଙ୍ଗକୁ ଅନେକ ଆଲବମ୍‌ରେ ମଧ୍ୟ ଅଭିନୟ କରି ସାରା ଓଡିଶାରେ ଲୋକପ୍ରିିୟତା ହାସଲ କରିଛନ୍ତି । ଏ ଜହ୍ନ, ନାଇଁ ଆଏବୁ ତୁଇ ଫିରି, ଶୁନରେ ସଜନୀ, ଗେହ୍ଲାଇ ରାନୀ, ବୁଲ୍‌ବୁଲ୍‌, ଅପସରୀ ଭଳି ଅନେକ ଗୀତରେ କଣ୍ଠଦାନ କରିବା ସହ ଅଭିନୟ ମଧ୍ୟ କରି ଅନେକ ଦର୍ଶକଙ୍କ ହୃଦୟରେ ଆଡ୍ଡା ଜମେଇବାରେ ସଫଳ ହୋଇଛନ୍ତି ।

ତାଙ୍କ ଜନ୍ମଦାତ୍ରୀ ମା’ ସୁଜାତାଙ୍କ ଅନେକ ପ୍ରେରଣା ଓ ସହଯୋଗରେ ଏତେ ଶୀର୍ଷ ସ୍ଥାନକୁ ପହଂଚି ପାରିଛନ୍ତି ଅର୍ଚ୍ଚନା । ବଲାଙ୍ଗିର ଜିଲ୍ଲାର ଲୋକଉତ୍ସବରେ ମଂଚ ପରିଚାଳନା କରିବା ସହ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରିଛନ୍ତି । ତେବେ ବଲାଙ୍ଗିର ମାଟିର ଏଭଳି ଜଣେ ସୁକନ୍ୟାଙ୍କୁ ଏବେ ସାରା ରାଜ୍ୟରେ ବଲାଙ୍ଗିରବାସୀଙ୍କ ଗର୍ବ ଓ ଗୌରବ ବୋଲି କୁହାଯାଏ । ସରକାରୀ ଆୟୁର୍ବେଦ କଲେଜରେ ଡାକ୍ତରୀ ଛାତ୍ରୀ ଭାବରେ ସେ ଯେଭଳି ସଫଳତା ପାଇଛନ୍ତି, ସେଭଳି ବିଭିନ୍ନ ଭୂମିକାରେ କଳା ପ୍ରଦର୍ଶନ କରିବା ସହ ଗୀତ ଗାଇ ବିଶେଷ ସୁନାମ ଅର୍ଜନ କରିଛନ୍ତି । ସବୁବେଳେ ମୁହଁରେ ହସ ଝଲ୍‌ସାଉଥିବା ଅର୍ଚ୍ଚନା ଏବେ ହଜାର ହଜାର ଦର୍ଶକଙ୍କ ମନକୁ ଗୋଟିଏ ରାତିରେ ଗେହ୍ଲାଇ ରାନୀ ଗୀତ ଗାଇ ଷ୍ଟାର୍‌ ପାଲଟି ଯାଇଛନ୍ତି ।

ମା’ବାପାଙ୍କ ଏକ ମାତ୍ର ଅଳିଅଳି ଝିଅ ଅର୍ଚ୍ଚନାଙ୍କୁ ଜନ୍ମ ଦେଇ ବେଶ୍‌ ଗର୍ବିତ । ହିୟୁମାନ ସାଗର, ନୀଳ ସାଗର, ରୁକୁ ସୁନା ଭଳି ଅନେକ ସୁପର୍‌ ଷ୍ଟାର୍‌ଙ୍କ ସହ ଗୀତ ଗାଇବା ପାଇଁ ବହୁତ କମ୍‌ ଲୋକଙ୍କୁ ମଉକା ମିଳେ । ହେଲେ ଅର୍ଚ୍ଚନାଙ୍କ ସୁମଧୁର କଣ୍ଠଦାନରେ ଗୀତ ଶୁଣିବା ପରେ ତାଙ୍କ ପଛରେ ପ୍ରଯୋଜକମାନଙ୍କ ଏବେ ଲମ୍ବା ଲାଇନ୍‌ । ନୁଆ ନୁଆ ଆମ ଭାଷାର ଗୀତ ଗାଇବାରେ ତାଙ୍କର ବେଶ୍‌ ରୁଚି ରହିଛି । ମାଆ ଶିକ୍ଷୟତ୍ରୀ ଓ ବାପା ଶିକ୍ଷକ ଥିବା ବେଳେ ଅନେକ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢିଛନ୍ତି ସେମାନେ । ଅନ୍ୟ ଛାତ୍ରଛାତ୍ରୀଙ୍କୁ ଗଢ଼ିବା ଭଳି ନିଜ ଝିଅକୁ ଗଢ଼ିବାରେ ବି କାଣିଚାଏ ଅବହେଳା କରିନାହାନ୍ତି ବାପାମା’ । ତାଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଯୋଗୁଁ ଅର୍ଚ୍ଚନା ସଫଳତାର ପାହାଚ ଚଢ଼ିବାରେ ସାମର୍ଥ୍ୟ ହାସଲ କରିଥିବା ବେଳେ ଅର୍ଚ୍ଚନା ସାଧନା ଓ ନିଷ୍ଠା ବଳରେ ନିଜ ଜନ୍ମ ମାଟି ବଲାଙ୍ଗିରକୁ ଆଜି ଗର୍ବିତ କରିଛନ୍ତି ।

pp
Leave A Reply

Your email address will not be published.

9 + eleven =