pakka

ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା : ବନ୍ଧା ହେଲେ ୫

bbehera

କୋରାପୁଟ : ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କାକରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାରେ ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଲୋକଙ୍କ ସହ ଆଲୋଚନା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ୍‌କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗତକାଲି ମେରକା ଗାଁର ଲଳିତ ଗଲୋରୀ ବାଇକରେ ଦାମନଜୋଡିରୁ ଘରକୁ ଫେରୁଥିବା ବେଳେ ବାରିଗାଁ ନିକଟରେ ଏକ ଟିପର ତାଙ୍କୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଖସି ପଳାଇ ପୋଲିସକୁ ସୂଚନା ଦେଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଅବରୋଧ ହଟାଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସକୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମଳିଛି ।

Leave A Reply

Your email address will not be published.

13 + 18 =