csstore

ଦେଓଗାଁ ବ୍ଲକରେ ବନ ମହୋତ୍ସବ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନଇଗଲ୍ ଆର୍ମି ଅନୁଷ୍ଠାନ ତରଫରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନବରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ହରିଡା, ବାହାଡା, ଲିମ୍ବ, ଆମ୍ବ, ଜାମ ମଞ୍ଜି ବୁଣିବା ସହିତ ବଟ ବୃକ୍ଷ ରୋପଣ କରିଛନ୍ତି । ଆଜିର ଏହି କାର୍ଯ୍ରକ୍ରମରେ ଯୁବ କବି ଅର୍ଜୁନ ସାହୁ ଅତିଥି ଭାବରେ ଯୋଗ ଦେଇ କବିତା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଓ ସଚେତନ ବାର୍ତ୍ତା ଦେଇଥିଲେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରକୁତିବନ୍ଧୁ କେଶବ ସାହୁ ପରିଚାଳନା କରିଥିବା ବେଳେ ସତ୍ୟନାରାୟଣ ମିଶ୍ର, ଉମାକାନ୍ତ ବିଶ୍ଵାଳ, ପିତାମ୍ବର ସାହୁ, ଜୟନ୍ତ ସାହୁ, ଦିଲ୍ଲୀପ ଭୋଇ, ଜୟରାମ କୁଅଁର, ଜିତୁ ସାହୁ, ସଚିନ, ଘନଶ୍ୟାମ, ରଞ୍ଜନ, ବିକାଶ, ଆଲୋକ, ସିବିଲାଲ୍ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.