csstore

ଶୋକାକୁଳ ପରିବାର ପାଖରେ ଜୁନିଅର ରେଡକ୍ରସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ କର୍ମକର୍ତ୍ତା ମାନେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମର ଜୁନିଅର ରେଡକ୍ରସ ପରାମର୍ଶଦତା ସ୍ୱର୍ଗତ ହେମନ୍ତ କୁମାର ରଣା ମୃତ୍ୟୁ ବରଣ କରିଥିବା ଶୋକାକୁଳ ପରିବାରବର୍ଗଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପ୍ରକାଶଥାଉ କି ଦିବଙ୍ଗତ ହେମନ୍ତ କୁମାର ରଣା ୨୦୧୬ ମସିହା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ଜୁନିଅର ରେଡକ୍ରସ ପରାମର୍ଶଦାତା ଭାବରେ ଦାୟିିତ୍ୱ ତୁଲାଉ ଥିଲେ । କରୋନା ମହାମାରୀ ଦ୍ୱିତୀୟ ଲହରରେ ତାଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସ ଭାଇସ୍‌ଚେୟାରମ୍ୟାନ ତଥା ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନଶିକ୍ଷକ ଗତିକୃଷ୍ଣ ମିଶ୍ର ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶୋକ ସନ୍ତପ୍ତ ପରିବାର ପାଖକୁ ଯାଇ ମାନିସିକ ଭାବରେ ଭାଙ୍ଗି ନ ପଡିବାକୁ ରଣା ପରିବାର ବର୍ଗଙ୍କୁ ବୁଝାଇଥିଲେ । ପୁର୍ବରୁ ଜିଲ୍ଲାର ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କରଙ୍କ ଆହ୍ୱାନକ୍ରମେ ପରାମର୍ଶଦାତା ମାନଙ୍କ ଦ୍ୱାରା ସଂଗୃହୀତ ହୋଇଥିବା ୨୦ ହଜାର ଟଙ୍କା ମୃତ ହେମନ୍ତ ରଣାଙ୍କ ସ୍ତ୍ରୀ ହେମଲତା ରଣାଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ବନ୍ଧୁଭାବ ନେଇ ଜିଲ୍ଲା ଜୁନିଅର ରେଡକ୍ରସର ଭାଇସ୍‌ ଚେୟାରମ୍ୟାନ ଶ୍ରୀ ମିଶ୍ର ସ୍ୱର୍ଗତ ରଣାଙ୍କ କନିଷ୍ଠ କନ୍ୟା, ଯିଏକି ନବମ ଶେଣୀରେ ଅଧ୍ୟୟନରତ ଗାୟତ୍ରୀ ରଣାଙ୍କର ସାହାରା ସ୍କୁଲରେ ପାଠ ପଢା ବାବଦରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ବହନ କରିବାକୁ ପରିବାର ବର୍ଗ ସମ୍ମୁଖରେ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମ ସମୟରେ ବିନିକା ବ୍ଲକ ବିସିସି ତଥା ବରିଷ୍ଠ ସାଧନକର୍ମୀ ଅନନ୍ତରାମ ପାଢୀ, ଜିଲ୍ଲା ସାଧନ କର୍ମୀ ଚନ୍ଦ୍ର ଶେଖର ମହାପାତ୍ର ଓ ବଲାଙ୍ଗିର ଜିଲ୍ଲା ଡେଙ୍ଗ ହାଇସ୍କୁଲର କାଉନସିଲର ରାମ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.