ଭଦ୍ର ବ୍ୟକ୍ତିଙ୍କ ଘରେ ପଶି ହଟହଟା ହେଲେ ଅବକାରୀ ସ୍ୱତନ୍ତ୍ର ଟିମ : ସ୍ଥାନୀୟ ଅଂଚଳରେ ଉତ୍ତେଜନା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଜୈନେକ ଭଦ୍ର ବ୍ୟକ୍ତିଙ୍କ ଘରେ ସ୍ୱତନ୍ତ୍ର ଅବକାରୀ ଟିମ କିଛି କର୍ମଚାରୀ ପଶିବା ସେମାନଙ୍କୁ ମହଙ୍ଗା ପଡିଲା । କୌଣସି ମଦ ନ ପାଇବା ପରେ କାହିଁକି ଆମ ଘରେ ପଶିଲେ ଓ କିଏ ଅଭିଯୋଗ କରିଥିଲା ବୋଲି ପଚାରିବା ସହ ସ୍ଥାନୀୟ ଲୋକେ ଅବକାରୀ କର୍ମଚାରୀଙ୍କୁ ଘେରାଉ କରି ରଖିଥିଲେ । ଅନ୍ୟପଟେ ବରିଷ୍ଠ ନାଗରିକ ଝଡ଼ିଆ ଦଲେଇ କହିଛନ୍ତି ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଅବକାରୀ ବିଭାଗ ତାଙ୍କ ଘରେ ପଶି ତାଙ୍କ ପରିବାର ବର୍ଗଙ୍କୁ ଦୁର୍ବ୍ୟବାହାର କରିବା ଏ କେଉଁ ନ୍ୟାୟ ବୋଲି ପ୍ରଶ୍ନ କରିଛନ୍ତି । ତାଙ୍କ ଘରେ ନୂଆଁ କୁଣିଆ ବନ୍ଧୁ ମାନଙ୍କ ସହ ଆଲୋଚନା ସମୟରେ ଅବକାରୀ ବିଭାଗ ମାନଙ୍କ ଏପରି କରାମତି ଯୋଗୁଁ ତାଙ୍କ ପରିବାରର ମାନହାନି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅବକାରୀ ସବଇନ୍ସପେକ୍ଟର ଓ କର୍ମଚାରୀ ମାନେ ଭୁଲ ମାଗିଥଲେ ତଥାପି ଉତ୍ୟକ୍ତ ଲୋକେ ଶୁଣି ନ ଥିଲେ । ଖବର ପାଇ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସେଠାରୁ ଅବକାରୀ କର୍ମଚାରୀଙ୍କୁ ମୁକୁଳାଇ ଥାନାକୁ ଆଣିଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ଯୋଗ୍ୟ ଶୁକ୍ରବାର ପୂର୍ବାହ୍ନରେ ସ୍ୱତନ୍ତ୍ର ଅବକାରୀ ଟିମର ଏସଆଇ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ପୁଇଁତୋଳାରେ ବେଆଇନ ମଦ ବିକ୍ରି ଅଭିଯୋଗରେ ଚଢ଼ାଉ କରିଥିଲେ । କିନ୍ତୁ ଉକ୍ତ ଘର ଲୋକେ କିଛି ବୁଝିବା ପୂର୍ବରୁ ଅବକାରୀ କର୍ମଚାରୀ କିଛି ମହିଳା କର୍ମଚାରୀଙ୍କ ପରିବାର ଲୋକଙ୍କୁ ଧକ୍କା ମାରିଥିଲେ ବୋଲି ଅଭିଯୋଗ ହୋଇଯାଇଛି । ଆଇଆଇସି ଉଭୟଙ୍କୁ ଥାନାକୁ ଆଣି ଆପୋଷ ସମାଧାନ କରିଥିଲେ ।

Leave A Reply

Your email address will not be published.