କରୋନାରେ ଚାଲିଗଲେ ବାପା ମା’ : ବେସାହାରା ପୁଅ ଝିଅଙ୍କୁ ସହାୟତାର ହାତ ବଢ଼େଇଲେ ଯାଦବ ବିକାଶ ପରିଷଦ

ବେଲପଡା, (କରୁଣାକର ବୁଡ଼େକ) : କରୋନା ମହାମାରୀ ଯୋଗୁଁ ଚାଲିଗଲା ବାପା ମାଁଙ୍କ ଜୀବନ । ଉଜୁଡିଗଲା ସୁନାର ସାଂସର । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତ ପଡ଼ାରେ । କରୋନାରେ ଆକ୍ରାନ୍ତ ହୋଇ ବାପା ସଞ୍ଜୟ ରାଉତ (୪୦) ଏବଂ ମା’ ରୁଖ ରାଉତ (୩୫) ଆରପାରିକୁ ଚାଲିଯିବା ପରେ ଏବେ ଅନାଥ ହେଇଗଲେ ଝିଅ କୁମାରୀ ରାଜେଶ୍ୱରୀ ରାଉତ, କୁମାରୀ ପୂଜା ରାଉତ ଏବଂ ପୁଅ ନାରାୟଣ ରାଉତ । ଏମିତି ଦୁଃଖଭରା ସମୟରେ ମୃତକ ପରିବାରକୁ ସମବେଦନା ଓ ସହଯୋଗର ହାତ ବଢ଼େଇଛନ୍ତି ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ବଳରାମ ସିଂ ଯାଦବ ନିଜେ ଉପସ୍ଥିତ ରହି ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ଯଦି ସରକାର ଏହି ଅନାଥ ଛୁଆ ମାନଙ୍କ ପାଇଁ କିଛି ବ୍ୟବସ୍ଥା ନକଲେ ତିନି ଗୋଟି ଛୁଆର ଭବିଷ୍ୟତ ଭରଣପୋଷଣ ବହନ କରିବେ ବୋଲି ମଧ୍ୟ କହିଛନ୍ତି । ଆଜିର ଏହି ମହତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ସର୍ଜନ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ କୁମର ଯାଦବ, ସମ୍ପାଦକ ଦିଲ୍ଲୀପ ଯାଦବ, ବେଲପଡା ବ୍ଲକ ସମ୍ପାଦକ ଗୋପବନ୍ଧୁ ଯାଦବ, କୋଶଲ ବାଦୀ ନେତା ବନମାଳୀ ରାଜପୁତ, ନିତ୍ୟାନନ୍ଦ ବେହେରା, ଆଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବେସାହାରା ପରିବାରକୁ ସରକାର ପୋଷ୍ୟ ଭାବେ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.