ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ର କାର୍ୟ୍ୟରତ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜ କାର୍ୟ୍ୟଭାର ନୂତନ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ହସ୍ତାନ୍ତର କରିଛନ୍ତି । ଶ୍ରୀ ମହାଜନ ଟିଟିଲାଗଡର ଉପ ଜିଲ୍ଲାପାଳ ଭାବେ କାର୍ୟ୍ୟଭାର ଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପଖଣ୍ଡର ସମସ୍ତ ପ୍ରକାର ଉନ୍ନତି ପାଇଁ କାର୍ୟ୍ୟ, ଆଇନ ଶୃଙ୍ଖଳା ରକ୍ଷା ଦିଗରେ ବିଶେଷ ପଦକ୍ଷେପ ନେବେ ବୋଲି କହିଛନ୍ତି । ଟିଟିଲାଗଡର ଉପଜିଲ୍ଲାପାଳ ତଥା ଏସଡିଏମ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ କଳାହାଣ୍ଡି ପିଡି ଡିଆରଡିଓ ଭାବେ ବଦଳି ହେବା ପରେ ଶ୍ରୀ ମହାଜନ ଟିଟିଲାଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାର ମୁରିବାହାଲରେ ବିଡିଓ, ବଲାଙ୍ଗିର ପୌର ପରିଷଦର କାର୍ୟ୍ୟ ନିର୍ବାହୀ ଅଧିକାରୀ, ବଲାଙ୍ଗିର ତହସିଲଦାର, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଏବଂ ଆର୍ଥିକ ରାଶି ପ୍ରଦାନ କାର୍ୟ୍ୟରେ ରହି ଦାୟିତ୍ଵ ତୁଳାଇଥିବା ୨୦୧୮ ବ୍ୟାଚର ଆଇଏଏସ ଶ୍ରୀ ମହାଜନ ମନୋଜ ସତ୍ୟବାନଙ୍କୁ ରାଜ୍ୟ ସରକାର ଟିଟିଲାଗଡ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଦେଇଛନ୍ତି । ଟିଟିଲାଗଡ ଗଣମାଧ୍ୟମ ପ୍ରତିନିଧି ମାନେ ଓ ଉପଜିଲ୍ଲାପାଳ କାର୍ୟ୍ୟଳୟର ସଦସ୍ୟ ମାନେ ଶ୍ରୀ ମହାଜନଙ୍କୁ ସ୍ଵାଗତ କରିଥିବା ବେଳେ ଶ୍ରୀ ଉପାଧ୍ୟାୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।
