
ଡୁଡୁକା, (ସୁଶିଲ କୁମାର ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ଠିକ୍ ସମୟରେ ସ୍କୁଲ ଖୋଲୁ ନଥିବା ଜଣାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ଭରସୁଜା ଛେଳିଆପାଟ ହାଇସ୍କୁଲର ଛାତ୍ରଛାତ୍ରୀ ସକାଳ ସାଢେ ୬ଟା ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଅନାଇ ବସିଥିବା ଅଭିଯୋଗ ହୋଇଛି । ସୀମିତ ସମୟ ପାଇଁ ସ୍କୁଲ ଖୋଳୁଛି ସେଥିରେ ପୁଣି ବିଳମ୍ବ କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ବାବଦରେ ଦିଲ୍ଲୀପ ପାଠୀଙ୍କୁ ପଚାରିବାରୁ ପିଅନ ଆଜି ୧୫ ମିନିଟ୍ ବିଳମ୍ବରେ ଆସିଥିବା କହିଥିଲେ । ବିଇଓ ରୀନା କୁମାରୀ ବେହେରାଙ୍କୁ ପଚାରିବାରୁ ସେ ଏବାବଦରେ ପଚାରି ବୁଝୁଛି ବୋଲି କହିଥିଲେ ।