csstore

ସିଦ୍ଧି ସମୃଦ୍ଧି ମୃତ୍ୟୁ ପୂର୍ବରୁ କିଡିନି ଦାନକରି ବଞ୍ଚାଇଲେ ଦୁଇଜଣଙ୍କ ଜୀବନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସପ୍ତାହେ ପୂର୍ବେ ଡିଏଭି ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ର ଆଶୁତୋଷଙ୍କ ମୃତ୍ୟୁ ପରେ ପରିବାର ଲୋକେ ମୃତ ପୁଅର ଦୁଇଟି ଆଖିକୁ ଦାନ କରି ଅନ୍ୟ ଜଣେ ଦୃଷ୍ଟିହୀନଙ୍କୁ ଆଲୋକ ଦେବାରେ ସଫଳ ହୋଇଥିଲେ । ସେହିପରି ବ୍ରହ୍ମପୁର ମହାନଗର ଗଜପତିନଗର ନିକଟସ୍ଥ ବାସୁଦେବ ନଗରରେ ରହୁଥିବା ସୁନୀତା ପ୍ରଧାନ ଏବଂ ସପନ କୁମାର ବିନ୍ଧାଣିଙ୍କ ଝିଅ ଡିଏଭି ସ୍କୁଲ ଦଶମଶ୍ରେଣୀ ଛାତ୍ରୀ ସିଦ୍ଧି ସମୃଦ୍ଧି ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଭଗବାନ ରୂପୀ ଏହି ପିତା ମାତା ନିଜ ଝିଅର ମୃତ୍ୟୁକୁ ଦୁଃଖର ସହ ସହିଥିଲେ, ହେଲେ ଏହି ଦୁଖଃଦ ଘଟଣା ସମୟରେ ମଧ୍ୟ ନିଜର ମାନବିକତା ଏବଂ ସାହାସିକତା ଦେଖାଇ ନିଜ ଝିଅର ଦୁଇଟି କିଡ଼ନୀକୁ ଦାନ କରିଛନ୍ତି । ମୃତ ଝିଅର ଦୁଇଟି କିଡ଼ନୀ ଅନ୍ୟର ଜୀବନ ବଞ୍ଚାଇବା ସହ ଅନ୍ୟ ପରିବାରରେ ହସ ଦେଇଛି । ନିଜ ପରିବାରରେ ଦୁଃଖ ଥିଲେ ମଧ୍ୟ ଅନ୍ୟ ପରିବାରକୁ ଝିଅର ଅଙ୍ଗଦାନ କରି ପରିବାରରେ ହସ ଫୁଟାଇଛନ୍ତି । ନିଶ୍ଚିତ ଭାବେ ସିଦ୍ଧିଙ୍କ ବାପା ଏବଂ ମା’ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା ଆଜିର ସମାଜ ପାଇଁ ଏକ ମହତପୂର୍ଣ୍ଣ ଧର୍ମକାର୍ଯ୍ୟ ଭାବେ ଉଦାହରଣ ହୋଇ ରହିବ ବୋଲି ମତ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.