csstore

ବସନ୍ତ ବିଳାସ ସାହିତ୍ୟ ସମିତି ସାଂସ୍କୃତିକ କମିଟିର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସନ୍ତ ବିଳାସ ସାହିତ୍ୟ ସମିତି ସାଂସ୍କୃତିକ କମିଟିର ଏକ ବୈଠକ ରାଧାରାଣୀପଡାର ରାଧାକୃଷ୍ଣ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଗତ ବର୍ଷ ପରି ବାବା ଗୋପେଶ୍ୱରଙ୍କ ବିବାହ ଉତ୍ସବ କିପରି ପାଳନ କରାଯିବ ସେ ଉପରେ ଆଲୋଚନା କରାଯାଇ ଚଳିତ ବର୍ଷ ପାଇଁ ଏକ କମିଟି ଗଠନ କରାଯାଇ ଯାତ୍ର କିପରି ଶାନ୍ତି ଶୃଙ୍ଖଳାରେ ହେବ ସେ ବିଷୟରେ ବିସ୍ତୃତ ଭାବେ ଆଲେଚନା କରାଯାଇଥିଲା । ତେବେ ଗଠନ ହୋଇଥିବା ଶୀତଳ ଷଷ୍ଠୀ ଉପଦେଷ୍ଟା କମିଟିରେ ନବୀନ କୁମାର ପସାଏତ, ଶ୍ୟାମ ପ୍ରସାଦ ଗୁରୁ, ପ୍ରତାପ ପାତ୍ର, ସୁଦାମ ସାହୁ, ରାମ ନାଏକ, ପ୍ରସାନ୍ତ ବାରିକ, ଯତିନ୍ଦ୍ର ସାହୁ, ବାଳକୃଷ୍ଣ ପଟ୍ଟନାୟକ, ଆକାଶ ରାଉତ, ଯୁଗଳ ପାତ୍ର ସଂଜୟ ଦୋରା, ପବିତ୍ର ସାଏ, ସଙ୍ଗିତ ସାହୁ, ବାଳକୃଷ୍ଣ ସାହୁ, ଜୟକୃଷ୍ଣ ପଟେଲ, ରଂଜିତ ସାହୁ, ସୁଜିତ ଦାସ, ସଂଜିବ ପଣ୍ଡା ଓ ସରୋଜ ସାହୁ ପ୍ରମୁଖ ରହିଛନ୍ତି । ସେହପରି ସାଂସ୍କୃତିକ କମିଟିରେ କୁନ୍ଦନ ସାଏ, ସୁଜ୍ଞାନୀ ବାରିକ, ବାବୁ ମହାଲିଙ୍ଗ, ରାଜା ନାଏକ, ସଂଜୟ ବେହେରା, ବିଜୟ କର୍ମୀ, ପୁରନ୍ଦର ପାତ୍ର, ସନୁ ସାହୁ, ସୁବ୍ରତ ପଟେଲ, ସୁଦର୍ଶନ ନାଏକ, ସାସ୍ୱତ ଚୋପଦାର ଆଶୁତୋଷ ସାହୁ ପ୍ରମୁଖ ରହିଛନ୍ତି ।

jayashree
Leave A Reply

Your email address will not be published.