csstore

ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କୁ କୋଭିଡ଼ ସ୍ଥିତି ପାଇଁ କଡ଼ାକଡ଼ି ନଜର ରଖିବାକୁ ଆଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ବିଭିନ୍ନ ଅଂଶରେ କରୋନାର ନୂତନ ଭାରିଆଂଟ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଓମିକ୍ରନ୍‌ ତାର ସ୍ଥିତି ଜାହିର୍‌ କରି ସାରିଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏବେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଏଥିପାଇଁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୋଲିସ ଷ୍ଟେସନ୍‌ ଗୁଡ଼ିକର ଆଇଆଇସି ତଥା ଅନ୍ୟ ବିଶିଷ୍ଟ ଅଧିକାରୀମାନଙ୍କୁ ଦୋକାନ ବଜାରରେ ଭିଡ଼ ହଟାଇବାକୁ ଆଦେଶ ଦେଇଛନ୍ତି । ଆଜି ପ୍ରଦାନ କରାଯାଇଥିବା ଏହି ଆଦେଶନାମାରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା ତଥା ଲୋକେ ଏଣେତେଣେ ଛେପ ନପକାଇବା ଦିଗରେ ବିଶେଷ ପଦକ୍ଷେପ ନେବା ସହ କଡ଼ାକଡ଼ି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

jayashree
Leave A Reply

Your email address will not be published.