pakka

ଜୟ ବଜରଙ୍ଗବଲୀ କ୍ରିକେଟ୍, ଲୋକାପଡା ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମର ଖେଳ ପଡ଼ିଆରେ ଜୟ ବଜରଙ୍ଗବଲି କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ତିନିଦିନ ଧରି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଆଜି ତିନୋଟି ପର୍ଯ୍ୟାୟରେ ଖେଳ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଲୋକାପଡ଼ା ଦଳ ୨୧ରନରେ ଚାରପାଲି ଦଳକୁ ପରାସ୍ତ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଚାରପାଲି ଦଳ ୪୧ରନ ସଂଗ୍ରହ କରିଥିବା ବେଳେ ଲୋକାପଡ଼ା ଦଳ ଗୋଟିଏ ୱିକେଟ ବିନିମୟ ରେ ୪୪ରନ ସଂଗ୍ରହ କରି ବିଜୟୀ ହୋଇଛନ୍ତି । ଅନଙ୍ଗ ପ୍ରଧାନ ଓ ସୁଶାନ୍ତ ଭୋଇ ଖେଳ ପରିଚାଳନା କରିଥିଲେ । ନରେନ୍ଦ୍ର ଭୋଇ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରଫୁଲ୍ଲ ପ୍ରଧାନ, ଅନନ୍ତ କର୍ଣ୍ଣ, ଅନଙ୍ଗ ମେଣ୍ଡିଲି, ସାର୍ଦୁଲ ନାଗ, ଚୈତନ୍ୟ ରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

sixteen − twelve =