csstore

୧୦୦ କୋଟି ଲୋକଙ୍କ ଟୀକାକରଣ ସମ୍ପନ୍ନ ଅବସରରେ ୧୦୦ ତମ ଟୀକାଧାରୀ ମହିଳା ମିନତି ବେହେରାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଥିଲା । ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚାଲିଥିବା ଟୀକା କେନ୍ଦ୍ରରେ ଆଜିର ଦିନରେ ୧୦୦ ତମ ଟୀକା ନେଇଥିବା ଛତ୍ରପୁର ବ୍ୟାରେକ୍ ସାହିର ମହିଳା ମିନତି ବେହେରାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ଡାଟା ମ୍ୟାନେଜର ଗତିକୃଷ୍ଣ ପଣ୍ଡା, ହେଲ୍ପ ଡେସ୍କ ମ୍ୟାନେଜର ଜିତେନ୍ଦ୍ର ପ୍ରସାଦ ମହାପାତ୍ର, ସିକ୍ୟୁରିଟି ସୁପରଭାଇଜର ଡି. ନାରସୁମୁଲୁ ରେଡ୍ଡି, ଦେବହରି ରେଡ୍ଡି, ସୁମିତ୍ରା ପଣ୍ଡା, ପ୍ରିୟଙ୍କା ବେହେରା, ଆର୍‌. ଜ୍ୟୋତି ରେଡ୍ଡି, ସରିତା ବେହେରା. ସୁଭାଶିଷ ସାହୁ, ସୁରଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.