ବରଗଡ଼ ରେଳଷ୍ଟେସନ ସମାସ୍ୟାର ସମାଧାନ ପାଇଁ ରେଳ କତ୍ତୃପକ୍ଷଙ୍କୁ ଭେଟିଲେ ଭାଜପା ପ୍ରତିନିଧି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ରୋଡ଼ ରେଳଷ୍ଟେସନରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳବାଇ କତ୍ତୃପକ୍ଷଙ୍କୁ ଭେଟିଛନ୍ତି । ବରଗଡ଼ ଜିଲ୍ଲା ଭାଜପାର ପ୍ରତିନିଧିମାନେ ସମ୍ବଲପୁର ସ୍ଥିତ ସମ୍ବଲପୁର ରେଳ ଡିଭିଜନ ଅଫିସରେ ଇଷ୍ଟକୋଷ ରେଳର ମହା ପ୍ରବନ୍ଧକ ବିଦ୍ୟା ଭୂଷଣ ଏବଂ ସମ୍ବଲପୁର ଡିଭିଜନର ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବରପାଲିରୁ ସମ୍ବଲପୁର ମଧ୍ୟରେ ରେଳ ଲାଇନ ଦୋହରିକରଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା, ବରଗଡ଼ ରୋଡ଼ ରେଳଷ୍ଟେସନରୁ ପ୍ରତି ବର୍ଷ ଡିଭିଜନ ସବୁଠାରୁ ଅଧିକ ରାଜସ୍ବ ଲାଭ କରୁଥିଲେ ମଧ୍ୟ ଷ୍ଟେସନର ଉନ୍ନତି ପ୍ରତି ଦୃଷ୍ଟି ଦିଆନଯିବା, ବରଗଡ଼-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ ଆରମ୍ଭ କରିବା, ୨ ନମ୍ବର ପ୍ଲାଟଫର୍ମର ଛାଉଣୀ ଏକ୍ସଟେନ୍‌ସନ୍‌ କାର୍ଯ୍ୟ ଶୀଘ୍ର ଶେଷ କରିବା, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ରହଣୀ, ଅତାବିରାଠାରେ ବକାରୋ ଆଲାପୁଜା ଟ୍ରେନ ରହଣୀ, ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଶୀଘ୍ର ଲିଫ୍ଟ ବ୍ୟବସ୍ଥା କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏସମ୍ପର୍କରେ ଏକ ଦାବୀପତ୍ର ରେଳ ମହା ପ୍ରବନ୍ଧକ ବିଦ୍ୟା ଭୂଷଣଙ୍କୁ ପ୍ରତିନିଧି ମଣ୍ଡଳୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ରେଳ କତ୍ତୃପକ୍ଷ ଦାବୀଗୁଡ଼ିକ ଉପରେ ବିଚାର କରି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିନିଧିମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ପ୍ରୀତମ ସିଂ, ଡି ମୁରଲି କ୍ରିଷ୍ଣା, ରବିନାରାୟଣ ଦାଶ ପ୍ରମୁଖ ରହିଥିଲେ ।

Leave A Reply

Your email address will not be published.