oom

ମମିତା ମେହେର ପ୍ରତି ଅମାନୁଷିକ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଏବଂ ମୁଖ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦାବୀ କଲା ଦଳିତ ଅଧିକାର ମଞ୍ଚ

jsmm

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆନ୍ଦୋଳନ କରିବା ସହ ଘଟଣାର ସିବିଆଇ ତଦନ୍ତ ଏବଂ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ଖଡ଼ିଆଳ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ ବେନର, ପୋଷ୍ଟର ପୋଡି ପ୍ରତିବାଦ କରି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବୀ କରାଯାଇଛି । ବିଜେଡି ରାଜ୍ୟରେ ମହିଳା ଅସୁରକ୍ଷିତ ଏହାର ଆଉ ପ୍ରମାଣ ଦରକାର ନାହିଁ ବୋଲି ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି ନିଜ ବକ୍ତବ୍ୟରେ କହିଛନ୍ତି ।

jittmm
Leave A Reply

Your email address will not be published.