csstore

ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତଠାରେ ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଆଡି ଭାଙ୍ଗିଯାଇ ବ୍ୟାପକ ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୩୨୦ ହେକ୍ଟର ଜମି ଜଳ ସେଚିତ ହୋଇଥାଏ । ଚଳିତ ଖରିଫ ଋତୁରେ ସ୍ବଳ୍ପ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିଲା କିନ୍ତୁ ସେପ୍ଟେମ୍ବର ମାସରେ ଲଘୁଚାପ ଯୋଗୁଁ ମାଟିବନ୍ଧରେ ପାଣି ଭର୍ତ୍ତି ହୋଇଥିଲା ଏବଂ ଯାହା କିଛି ଧାନ ବଞ୍ଚିଥିଲା ଏହି ଡ୍ୟାମର ପାଣିରେ ଚାଷ କରିବା ପାଇଁ ଚାଷୀମାନେ ଆଶା ରଖିଥିଲେ ହେଲେ ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ହୋଇନଥିବାରୁ ଆଡି ଭାଙ୍ଗି ଯାଇଛି । ମାଟିବନ୍ଧରେ ଦୁର୍ବଳତା ଥିବା ନେଇ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାମ ହୋଇ ନଥିଲା ଫଳରେ ଏଭଳି ଦୁର୍ଘଟଣା ଘଟିଲା । ଏହି ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ଚାଷୀମାନେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.