oom

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ

jsmm

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଆଜି ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ପ୍ରମୁଖ ଦାବୀଗୁଡିକ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉ ଏକ ନୂତନ ସବ୍‌ଡିଭିଜିଜନ ସୃଷ୍ଟି କରାଯାଉ, ଜିଲ୍ଲାରେ ଥିବା ଜିଲ୍ଲାପରିଷଦ ଜୋନ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବାଉଁଶୁଣି, ମନମୁଣ୍ଡା ଓ ବଘିଆପଡାକୁ ବ୍ଲକ୍‌ ମାନ୍ୟତା, ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ରହିଥିବା ୬୯ଟି ପଞ୍ଚାୟତକୁ ବୃଦ୍ଧି କରାଯାଇ ୧୨୧ ପଞ୍ଚାୟତ କରିବା, ବୌଦ୍ଧ ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣି ଓ ପୁରୁଣାକଟକକୁ ଏନଏସି ମାନ୍ୟତା ପ୍ରଦାନ, ଘଣ୍ଟାପଡା, ଶଗଡା, ଆଡେଣିଗଡ ଓ ବଘିଆପଡା ଫାଣ୍ଡିକୁ ଥାନାର ମାନ୍ୟତା, ଦପଲା, ପଲସାଗୋରା, ସାହଜପାଲ ମର୍ୟ୍ୟାକୁଦ, ଧଳପୁର, ବୀରନରସିଂହପୁର ଓ ମହାଲିକପଡା ଠାରେ ନୂତନ ଫାଣ୍ଡି ସ୍ଥାପନ, ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ଏହି ବନ୍ଦ ପାଳନରେ କଂଗ୍ରେସ ଦଳର କର୍ମକର୍ତ୍ତା ପ୍ରଶାନ୍ତ କୁମାର ସାହୁ, ପ୍ରଭାତ କୁମାର ମଟାଲି, ସରୋଜ କୁମାର ସାହୁ, ସୁନାଧର ପୁଟେଲ, ଶୁକଦେବ ମଙ୍ଗରାଜ, ଅଭିମନ୍ୟୁ ପ୍ରଧାନ, ଉଛେଇ ବାରିକ, ରାଧାରମଣ ପାଣିଗ୍ରାହୀ, ବିଶ୍ଵଜିତ ହରିପାଲ, ହୃଦାନନ୍ଦ କଅଁର, ପ୍ରଦିପ ସାହୁ, ଉମାକାନ୍ତ ନାଏକ, ଗୋବର୍ଦ୍ଧନ ରଣା ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଜନସାଧାରଣ ମଧ୍ୟ ସହଯୋଗ କରି ଥିଲେ ।

jittmm
Leave A Reply

Your email address will not be published.