ଲଖ୍ନଉ : କଂଗ୍ରେସ ପାର୍ଟିର ଉତ୍ତର ପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବର୍ତ୍ତମାନ ନିୟମିତ ଭାବରେ ପାର୍ଟିର ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ପ୍ରିୟଙ୍କା ପୂର୍ବରୁ ପାର୍ଟିର ୪ ସମିତିର ନେତାମାନଙ୍କ ସହ ଭର୍ଚୁଆଲ୍ କନ୍ଫରେନ୍ସ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ସମସ୍ତ ବୈଠକରେ ଟାକ୍ସ ଏବଂ ଟାଇମ୍ଲାଇନ୍ ଦେଇଛନ୍ତି । କମିଟିକୁ ଆଗକୁ କ’ଣ କାମ କରିବାର ଅଛି, ସେ ବିଷୟରେ ସେ ଆଲୋଚନା କରିଛନ୍ତି । ସୂଚନା ଅନୁସାରେ ମେନିଫେଷ୍ଟୋ କମିଟିକୁ ପ୍ରିୟଙ୍କା ଗାନ୍ଧୀଙ୍କ ପକ୍ଷରୁ ବିଶେଷ ଆଦେଶ ଦିଆଯାଇଛି ଯେ, ଅତି କମ୍ରେ ୧ ଲକ୍ଷ ଲୋକଙ୍କୁ ଯୋଡ଼ନ୍ତୁ, ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ ଏବଂ ଏହା ପରେ ମେନିଫେଷ୍ଟୋର ରୂପରେଖ ପ୍ରସ୍ତୁତ କରାଯାଉ । ମେନିଫେଷ୍ଟୋ କମିଟିକୁ ଏହା ବି ନିର୍ଦ୍ଦେଶ ଅଛି, ସେ କଂଗ୍ରେସର ମେନିଫେଷ୍ଟୋରେ ଗ୍ରାମାଂଚଳର ବେକାରୀ ସମସ୍ୟା ଉପରେ ଫୋକସ୍ କରାଯାଉ । କଂଗ୍ରେସ ମେନିଫେଷ୍ଟୋର ଏହି ଦୁଇ ମୁଖ୍ୟ ବିନ୍ଦୁ ରହିବ । ପ୍ରିୟଙ୍କା ନିଜେ ଛାତ୍ର ଏବଂ ଯୁବକମାନଙ୍କ ସହ ଭର୍ଚୁଆଲ୍ କନ୍ଫରେନ୍ସ ଜରିଆରେ କଥାବାର୍ତ୍ତା କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।
Next Post