csstore

କୁମ୍ଭାରୀ ଉଚ୍ଚବିଦ୍ୟାଳୟରେ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ କୁମ୍ଭାରୀ ଠାରେ ଆଜି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହାଦେବ ମିଶ୍ର, ସମିତି ସଭ୍ୟା ସନ୍ତୋଷିନୀ ସାହୁ ଓ ଡୁମେରମୁଣ୍ଡା କ୍ଲଷ୍ଟର ସିଆରସିସି ଅନନ୍ତ ଉଦୟ ବଗର୍ତ୍ତି ଯୋଗଦାନ କରି ବିଦ୍ୟାଳୟ ପରିସର ମଧ୍ୟରେ ଆମ୍ବ, ପଣସ, ଲେମ୍ବୁ, କାଜୁ, ଅମୃତଭଣ୍ଡା, ଦେବଦାରୁ ଆଦି ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତିରଞ୍ଜନ ମହାଳିଙ୍ଗଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଘନଶ୍ୟାମ ଦଣ୍ଡସେନା, ମନୀଷା ଏକ୍କା, ବନିତା ବନଛୋର, ପ୍ରତାପ ରଣା, ବିଭୁତି ଭୂଷଣ ନାୟକ, କ୍ଷୀରାବଦି କଠାର, କୁମୁଦ ରଞ୍ଜନ ସୁନା, ଅସୀମ ସାହୁ, ପ୍ରକାଶ ମେହେର, ସମୀର ମିଶ୍ର, ରାକେଶ ସାହୁ, ହିମାଂଶୁ ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.