pakka

ଦେଓଗାଁ ରେଞ୍ଜରେ ୭୨ତମ ବନମହୋତ୍ସବ ପାଳିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୦ଟା ସମୟରେ ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସେକ୍‌ସନର ସିନଖମନ ମହନ୍ତ ଗିରୀଧାରୀ ଉଚ୍ଚବିଦ୍ୟାଳୟ ପରିସରରେ ରେଞ୍ଜ ସ୍ତରୀୟ ୭୨ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃ‌ଷ୍ଣଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦେଓଗାଁ ରେଞ୍ଜର ଆଲୋକ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଫରେଷ୍ଟର ବାବୁଳା ଦାଶ, ମଧୁସୂଦନ ଚାନ୍ଦ, ବିପିନ ବିହାରୀ ଭୋଇ, ଡିଇଓ ନରେନ୍ଦ୍ର ବିଶ୍ୱାଲ, କନକ ବର୍ଦ୍ଧନ ବାରିକ, ପାରାଷ୍ଟାଫ ଦିଲିପ ଭୋଇ, ସୁଜିତ ସାହୁ ଓ ଶରତ ଧରୁଆ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟତ୍ତମ ଅତିଥି ଭାବେ ଶିକ୍ଷକ ଲଲାଟକେଶରୀ ପଧାନ, ଅନୀଲ ସାହୁ, ମଦନ ମୋହନ ରଥ, କେଦାରନାଥ ସାହୁ, ନୀଳାଞ୍ଚଳ କୁଅଁର, ମୋଚି ଦଲାଇ, ରାଜେନ୍ଦ୍ର କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଦେଓଗାଁ ବ୍ଳକ କାର୍ଯ୍ୟାଳୟ ନିକଟରେ ଥିବା ଉଦ୍ୟାନ ଭବନରେ ଦେଓଗାଁ ରେଞ୍ଜ ପକ୍ଷରୁ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଜିତା ପୁରୋହିତ, କୃଷି ଅଧିକାରୀ ପବିତ୍ର ଭୋଇ, ଏଚଇଡବ୍ୟୁ ବିବେକାନନ୍ଦ ମେହେର, ଏଟିଏମ ପ୍ରାଣବନ୍ଧୁ ରାଉତ, ଉଦ୍ୟାନ ସାଥୀ ସୁଜିତ କୁଦେଇ ପ୍ରମୁଖ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

fourteen + four =

error: Content is protected !!