oom

ବିଶ୍ୱ ବିଦ୍ୟାଳୟ ଆଇନ ୧୯୮୯ ପରିବର୍ତ୍ତନ ନିଷ୍ପତ୍ତି ବିରୋଧରେ ଏଆଇଡିଏସ୍‌ଓ.ର ସାରା ଓଡିଶା ପ୍ରତିବାଦ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱ ବିଦ୍ୟାଳୟ ହାତରୁ କାଢି ନେଇ ଓପିଏସ୍‌ସି ହାତରେ ନ୍ୟସ୍ତ କରିବା, ସିନେଟ ବ୍ୟବସ୍ଥା ସମ୍ପୁର୍ଣ୍ଣ ହଟାଇ ଦେବା, କୂଳପତି ଚୟନ କମିଟିରେ ସିନେଟରୁ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ଦେଇ ରାଜ୍ୟ ସରକାରଙ୍କର ପ୍ରତିନିଧି ରହିବା, ଐତିହ୍ୟସଂପନ୍ନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ-୨୦୦୫କୁ ବାତିଲ କରି ଏକକ ଆଇନ ଲାଗୁ କରିବା ଆଦି ପଦକ୍ଷେପ ଅତ୍ୟନ୍ତ ଅଗଣତାନ୍ତ୍ରିକ, ଅନ୍ୟାୟ, ଛାତ୍ର ଓ ଶିକ୍ଷକ ବିରୋଧୀ ଦର୍ଶାଇ ଏସବୁ ନିଷ୍ପତ୍ତି ବିରୋଧରେ ଆଜି ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନିୟାମ୍‌ ଜୁବୁଲି ଗେଟ୍‌ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ କରାଯାଇଥିଲା । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା ସହ ଶିକ୍ଷାର କେନ୍ଦ୍ରୀକରଣ ଓ ଅମଳାତାନ୍ତ୍ରିକ ଘଟିବ । ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାରେ ଯେତିକି ବି ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଥିଲା, ତାହା ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ଏଆଇଡିଏସ୍‌ଓ ପକ୍ଷରୁ କୁହାଯାଇଛି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଭି.ସି.ଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଏଥିରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ରାଜ୍ୟ ସେକ୍ରେଟେରିଏଟ୍‌ ସଭ୍ୟ ସୁନୀଲ ଭୋଇ, କୁଶପୃଷ୍ଟି ବାଗ, ଶ୍ରୀକାନ୍ତ ମହାକୁର, ମାନସ ପ୍ରଧାନ, ମିଲି ବାଗଙ୍କ ସହ ବହୁତ ଛାତ୍ରଛାତ୍ରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.