oom

ଯାଦବ ମହାସଭାର ଭର୍ଚୁଆଲ ବୈଠକ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଲ୍ଲା ଯାଦବ ମହାସଭା ବଲାଙ୍ଗିର ତରଫରୁ ଜୁମ ଆପ୍‌ ମାଧ୍ୟମରେ ଏକ ବୈଠକ ସଭା ଆୟୋଜନ ହୋଇଥିଲା । ଆଗାମୀ ଜୁଲାଇ ମାସରେ(ଦ୍ବିତୀୟ ବର୍ଷ) ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ସଭା ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ, ସାଧାରଣ ସମ୍ପାଦକ ପ୍ରଦୀପ ସେଲମା, ସଂଯୋଜକ ମନୋଜ ହାତୀ, ଉପଦେଷ୍ଟା ପିତାମ୍ବର ବଗର୍ତ୍ତୀ, ରାଜ୍ୟ ଛାତ୍ର ସଂଘର ସାଧାରଣ ସମ୍ପାଦକ ଦିନେଶ ନାଗ, ଯୁବ ଜିଲ୍ଲା ଯାଦବ ମହାସଭା ସଭାପତି ଦିଲୀପ, ବିନୋଦ କଳସାଏ, ରଜପାଲିଆ, ସନ୍ଦୀପ ବାଗ, ଘନଶ୍ୟାମ ମାନହିର ନୀଳମଣି ଦୀପ, ଖୁସିରାମ ବଗର୍ତ୍ତୀ, ଭୁଲି ହଣ୍ଡ୍ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରବକ୍ତା ଗୌର ରାଜପାଳିଆ ସଭା ପରିଚାଳନା କରିଥିବା ବେଳେ ଯୁବ ଯାଦବ ସଂଗଠକ ହରିଶ ବଗର୍ତ୍ତୀ ଧନ୍ୟବାଦ୍ ଦେଇଥିଲେ । ଆଗାମୀ ଜୁଲାଇ ୦୧ ତାରିଖରେ ଜିଲ୍ଲା ଯାଦବ ମହାସଭା ତରଫରୁ ବୃକ୍ଷରୋପଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।

jittmm
Leave A Reply

Your email address will not be published.