jayashree

ନୂଆଦିଲ୍ଲୀରେ ଅନଲକ୍ ପ୍ରକ୍ରିୟାରେ ଆସନ୍ତାକାଲି ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଖୋଲିବା ଆରମ୍ଭ କରିବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅନଲକ୍ ପ୍ରକ୍ରିୟାରେ ସୋମବାର ଠାରୁ ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଦିଲ୍ଲୀରେ ଖୋଲିବା ଆରମ୍ଭ କରିବ। ତେବେ ସ୍କୁଲ-କଲେଜ, ସୁଇମିଂ ପୁଲ, ସ୍ପା ସେଣ୍ଟର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ଆସନ୍ତାକାଲି ସକାଳ ୫ ଟା ପରେ ବଜାର ଖୋଲିବା ପାଇଁ ଅଡ୍ ଇଭିନ ସିଷ୍ଟମ ପ୍ରଯୁଜ୍ୟ ହେବ ନାହିଁ । ପ୍ରାଇଭେଟ୍ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ ସକାଳ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା କରିବ । ଦୋକାନ ବଜାର, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସଗୁଡିକର ସକାଳ ୧୦ ଟାରୁ ୮ ଟା ପର୍ଯ୍ୟନ୍ତ ଖୋଲିପାରିବ । ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ କାର୍ଯ୍ୟ କରିବ । ସାପ୍ତାହିକ ବଜାରକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ହେଲେ ଗୋଟିଏ ଦିନରେ କେବଳ ଗୋଟିଏ ସାପ୍ତାହିକ ବଜାର ଅନୁମତି ଦିଆଯିବ । ଘରେ କିମ୍ବା କୋର୍ଟରେ ୨୦ ଜଣଙ୍କ ଉପସ୍ଥିତିରେ ବିବାହ ଆୟୋଜନ କରାଯାଇପାରିବ । ଧାର୍ମିକ ସ୍ଥାନ ଖୋଲାଯାଉଛି କିନ୍ତୁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ । ” ଆଉମଧ୍ୟ କହିଛନ୍ତି ଯେ ବିଦ୍ୟାଳୟ-କଲେଜ, ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ସମାବେଶ, ସୁଇମିଂ ପୁଲ୍, ଷ୍ଟାଡିୟମ୍, କ୍ରୀଡା କମ୍ପ୍ଲେକ୍ସ, ସିନେମା, ଥିଏଟର, ମନୋରଞ୍ଜନ ପାର୍କ, ଭୋଜି ହଲ୍, ଅଡିଟୋରିୟମ୍, ସ୍ପା, ଜିମ୍, ସର୍ବସାଧାରଣ ପାର୍କ ଏବଂ ଉଦ୍ୟାନଗୁଡିକ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ।

Leave A Reply

Your email address will not be published.