ୟୁଟ୍ୟୁବ ଲାଇଭ୍ ଜରିଆରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୟୁଟ୍ୟୁବ ଲାଇଭ୍ ଜରିଆରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହେବ । ୧୦.୪୫ରୁ ୧ ଟା ପର୍ଯ୍ୟନ୍ତ ଚାଲିବ । ପ୍ରତି କ୍ଳାସ ୩୦ ମିନିଟର କରାଯିବ । ସୋମବାରରୁ ଶୁକ୍ରବାର ଅନଲାଇନ ମାଧ୍ୟମରେ ପାଠପଢା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ଟି ପିରିୟଡ଼ ପାଠପଢା ହେବ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି ଯେ, ଏବେ ସ୍କୁଲ ଖୋଲିବା ସମ୍ପର୍କରେ କହିବା ସମ୍ଭବ ନୁହେଁ । ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ । ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ । ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି । ଆସନ୍ତା ୧୮ ତାରିଖରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ବସିବ ।

Leave A Reply

Your email address will not be published.