ବୌଦ୍ଧ ଜିଲ୍ଲାରେ ବର୍ଷା ଲାଗି ରହିଛି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ତିନିଦିନ ହେଲା ଲାଗି ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଲଗତାର ବର୍ଷା ଲାଗି ରହୁଥିବାରୁ ଅନେକ ଚାଷୀଙ୍କ ଡାଲୁଆ ଧାନ ନଷ୍ଟ ହେବା ସହ ଅନେକ ଦିନହେବ ଧାନମଣ୍ଡିରେ ଧାନ ଭିଜୁଅଛି । ହେଲେ ପ୍ରସାଶନ ବର୍ଷା ସୂଚନାକୁ ନେଇ ଆଗରୁ ଧାନ ଉଠାଇବାକୁ ଆଗତୁରା କୋଣସି ପଦକ୍ଷେପ ନେଉ ନଥିବାରୁ ଅନେକ ଚାଷୀ ହଇରାଣ ହେଉଛନ୍ତି । ଅପର ପକ୍ଷରେ ଅନେକ ଚାଷୀ ଆଜିତୁରା ବର୍ଷାକୁ ନେଇ ଚଳିତ ବର୍ଷ ଚାଷ ଆଗତୁରା ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.