ଘର ପୋଡ଼ି ଘଟଣାରେ ଟିଏଲ୍‌ଏସ୍‌ଏ ଚେୟାରମେନଙ୍କ ଲାଠୋର ପରିଦର୍ଶନ

ଖପ୍ରାାଖୋଲ, (କ୍ରିଷ୍ଣା ସେଠୀ) : ୨୦୧୨ରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ନିୟମ ସେବା, ପାଟଣାଗଡ଼ର ଚେୟାରମ୍ୟାନ, ଲାଠୋର ଘର ପୋଡ଼ିର ସବିଶେଷ ଆଇନ ସହାୟତା ବିଷୟରେ ଅଧିକ ସୂଚନା ପାଇଁ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଲାଠୋର ଗ୍ରାମର ଜୟ ଭୀମ କଲୋନୀକୁ ଗତକାଲି ୧୨ ଜୁନ, ୨୦୨୧ରେ ଆସି ପହଞ୍ଚିଥିଲେ ଲାଠୋର ଘର ପୋଡ଼ି ସମସ୍ତ ପୀଡିତଙ୍କ ଆଇନତଃ ପ୍ରତିନିଧିତ୍ଵ କରୁଥିବା ଏବଂ ଅନ୍ୟତମ ପିଟିସନର୍‌ ଏବଂ ପୀଡିତ ତଥା ଆଇନଜୀବୀ ଲବ ସୁନା ପୀଡିତଙ୍କ ପକ୍ଷରୁ ମତ ରଖି ଜିଲ୍ଲା ଲିଗାଲ୍‌ ସାର୍ଭିସ ଅଥୋରିଟି ଏବଂ ତାଲୁକ ଲିଗାଲ୍‌ ସାର୍ଭିସ ଅଥୋରିଟିରୁ ଲାଠୋର ଘରପୋଡି ମାମଲାରେ କୌଣସି ସହାୟତା ପୀଡିତଙ୍କୁ ନମିଳି ଥିବାରୁ ଦୁଃଖ ବ୍ୟକ୍ତ କରିଥିଲେ । ତାଲୁକ ନିୟମ ସେବା, ପାଟଣାଗଡର ଚେୟାରମ୍ୟାନ ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତି ପୁଷ୍ପାଞ୍ଜଳି ରଥଙ୍କୁ ଲିଗାଲ୍‌ ଏୱାରନେସ୍‌ କେମ୍ପ୍‌, ଲାଠୋର ଓ ଖପ୍ରାଖୋଲ ଅଞ୍ଚଳରେରେ ପାରା ଲିଗାଲ୍‌ ଭୋଲେଣ୍ଟିଅରସ୍‌ ନିଯୁକ୍ତି କରିବା ତଥା ବିଶେଷ କରି ଲାଠୋର ପୀଡିତଙ୍କ ପାଇଁ ଲିଗାଲ୍‌ ଏୱାରନେସ୍‌ କେମ୍ପ, କରିବା ପାଇଁ ଅନୁରୋଧ କରିଥିଲେ । ଚେୟାରମ୍ୟାନ, ଟିଏଲ୍‌ଏସ୍‌ଏ , ପାଟଣାଗଡ଼ ମଧ୍ୟ ତାହା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପାଟଣାଗଡ଼ରେ ଅଞ୍ଚଳରେ କାମ କରୁଥିବା ବିଭିନ୍ନ ପାରା ଲିଗାଲ୍‌ ଭୋଲେଣ୍ଟିଅରସ୍‌ ଏବଂ ଟିଏଲ୍‌ଏସ୍‌ଏର ଅଧୀନରେ କାମ କରୁଥିବା ଓକିଲ ମାନଙ୍କର ନାମ ଏବଂ ମୋବାଇଲ ନମ୍ବର ସହ ଏକ ସୂଚୀ ଦେଇଥିଲେ । ଚେୟାରମ୍ୟାନ ଟିଏଲ୍‌ଏସ୍‌ଏ କେଉଁ ଲୋକମାନକୁ ଲିଗାଲ୍‌ ଏଡ୍‌ ଦିଆଯାଏ, ସେ ଉପରେ ମତ ରଖିଥିଲେ । ଲାଠୋର ଗ୍ରାମର ପୂର୍ବତନ ସରପଞ୍ଚ ଗୌରାଙ୍ଗ ସୁନା ୩୨ଟି ଘରପୋଡି ହୋଇଥିବାରୁ ୩୨ ଟି ଏଫ୍‌ଆଇଆର୍‌ ବ୍ୟକ୍ତିଗତ ଭାବେ କରିପାରିବା କି ବୋଲି ପଚାରିଥିଲେ । ଚେୟାରମ୍ୟାନ ମ୍ୟାଡମ୍ କହିଥିଲେ ମୋଟ୍‌ ୪ଟି ଏଫ୍‌ଆଇଆର୍‌ରେ ଲବ ସୁନାଙ୍କ ଏଫ୍‌ଆଇଆର୍‌ -୧୪ ୨୬ ଗୋଟି ପରିବାରକୁ ଅନ୍ତର୍ଭୁକ୍ତ କରୁଛି ଏବଂ ଅନ୍ୟ ତିନୋଟି ଏଫ୍‌ଆଇଆର୍‌ ବାକି ସବୁକୁ ବୋଲି ମତ ରଖିଥିଲେ । ଶେଷରେ ସମସ୍ତ ପୀଡିତ ଲିଖିତ ଦସ୍ତଖତ କରି, ଆଗାମୀ ଦିନରେ ଆଇନ ସହାୟତା ଯୋଗାଇ ଦେବା ପାଇଁ ଚେୟାରମ୍ୟାନକୁ ଅନୁରୋଧ କରିଥିଲ ଏବଂ ଚେୟାରମ୍ୟାନ ମ୍ୟାଡମ୍ ସମସ୍ତଙ୍କୁ ଲିଗାଳ୍‌ ଏଡ୍‌ ପାଇବା ପାଇଁ ଏକ ଫର୍ମ ବିତରଣ କରିଥିଲେ । ଘର ପୋଡ଼ିର କେସ୍‌ଟି ଆଇନ ସେବା ସଂସ୍ଥା କ୍ଲାପ୍‌, କଟକର ପ୍ରେସିଡେଣ୍ଟ ଡଃ ବିକାଶ ଦାସଙ୍କ ତତ୍ୱାବଧାନରେ କ୍ଲାପ୍‌ର ବରିଷ୍ଠ ଆଇନଜୀବୀ ସିଦ୍ଧେଶ୍ଵର ମହାନ୍ତି ଓଡ଼ିଶା ହାଇକୋର୍ଟରେ କେସ୍ ପରିଚାଳନା କରୁଥିଲେ । କ୍ଲାପ୍‌ର ଅନ୍ୟତମ ସଦସ୍ୟ ଆଇନଜୀବୀ ଭରତ ଭୁଷଣ ପଣ୍ଡା ୨୦୧୨ରେ ଲାଠୋର ଘରପୋଡି ଘଟଣାର ପୀଡିତଙ୍କୁ ଦେଖା କରିବା ପାଇଁ ରିଲିଫ କ୍ୟାମ୍ପ ଲାଠୋରକୁ ଆସି ଏକ ଆଇନ ସଚେତନତା କ୍ୟାମ୍ପ କରିଥିଲେ । କ୍ଲାପ୍‌ର ଆଇନତଃ ସହଯୋଗ ବଳରେ ଆଜି ଲାଠୋର ଘର ପୋଡ଼ିରେ ଲୋକମାନେ ନ୍ୟାୟ ପାଇ ପାରିବେ ବୋଲି ଆଇନଜୀବୀ ଲବ ସୁନା କ୍ଲାପର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ପୀଡିତଙ୍କ ପକ୍ଷରୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.