csstore

ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ନେତାଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁରର ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଆଜି ପରଲୋକ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଖବର ପାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “ଆମ ଦଳର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ଶ୍ରୀଯୁକ୍ତ ରାଧେଶ୍ୟାମ ପୁରୋହିତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ଗଭୀର ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।” ବୋଲି ଟ୍ୱିଟ କରି କହି ଥିବାବେଳେ ତାଙ୍କ ସହିତ ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ଆଚାର୍ୟ୍ୟ, ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧାର ତ୍ରିପାଠୀ, ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବରିଷ୍ଠ ନେତା ଶିରିଷ କୁମାର ବହିଦାର, ମୁନୁ ଅଗ୍ରୱାଲ, ପ୍ରତାପ ବାରିହା ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କର ପୁଣ୍ୟ ଆତ୍ମାର ସଦଗତି କାମନା କରିଛନ୍ତି ।

jayashree
Leave A Reply

Your email address will not be published.