ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ମହିଳା ଶକ୍ତିର ମିଳିତ ଉଦ୍ୟମରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନ ତଥା ରେଳ ଷ୍ଟେସନ ପାଖରେ ରହୁଥିବା ଅସହାୟ ଲୋକ, ରାଜୀବ ନଗର, ବିଜାଖମାନ, କାମକ୍ଷୀ ନଗର, ମଳମୁଣ୍ଡା ଓ ଠିକାଦାରପଡା ଆଦି ଜାଗାକୁ ଯାଇ ଅସହାୟ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ରନ୍ଧନ ପାଇଁ ଶୁଖିଲା ଖାଦ୍ୟ, ଆଳୁ, ପିଆଜ, ଚାଉଳ, ଚିନି, ଚାପତି ଆସି ସାମାଗ୍ରୀ ଯୋଗାଇ ଦିଆଯାଇଛି । ତେବେ ଆଗାମୀ ଦିନରେ ମଧ୍ୟ ଏହି ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।