ବିଭିନ୍ନ ସମସ୍ୟା ନେଇ ତଦାରଖ କଲେ ସିଡିପିଓ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେଛୋମହାଣ ଗ୍ରାମରେ ଅନେକ ଲୋକଙ୍କ ଘରକୁ ଘର ବୁଲି ବିଭିନ୍ନ ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ସିଡିପିଓ ସବିତା ଦାଶ । ସୂଚନା ମତେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସିଡିପିଓ ଶ୍ରୀମତୀ ସବିତା ଦାଶ ଲୋକଙ୍କ ଘରକୁ ଘର ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପଚାରି ବୁଝିଛନ୍ତି । ଗର୍ଭବତୀଙ୍କୁ ଉପଯୁକ୍ତ ଖାଦ୍ୟ ପାଉଛନ୍ତି ନା ନାହିଁ, ଗର୍ଭବତୀ ଓ ଶିଶୁମାନଙ୍କୁ କରୋନା ସମୟରେ ଯୋଗାଇ ଦିଆଯାଉ ଥିବା ପୁଷ୍ଟିକର ଖାଦ୍ୟ ଠିକ ସମୟରେ ଦିଆଯାଉଛି କି ନାହିଁ । ଏଭଳି ଅନେକ ସମସ୍ୟା ଉପରେ ପଚାରିବୁଝି ଥିଲେ ସିଡିପିଓ ଶ୍ରୀମତୀ ଦାଶ । ଅନ୍ୟପଟେ ଉକ୍ତ ଗ୍ରାମରେ ଲୋକେ କୋଭିଡ ଟୀକା ନେବା ପାଇଁ ଭୟ କରୁଥିବା ବେଳେ ଟୀକା ମଧ୍ୟ ନେଇ ନଥିବା ଓ କୋଭିଡ ପରୀକ୍ଷା ମଧ୍ୟ କରାଉ ନଥିବା ଯୋଗୁଁ ଲୋକଙ୍କୁ ସଚେତନତା କରିବା ସହ କୋଭିଡ ଟୀକା ନେବା ପାଇଁ ଅନୁରୋଧ କରିଥିଲେ । ତେବେ ଏଭଳି ତାଙ୍କର ପଦକ୍ଷେପକୁ ନେଇ ଏବେ ପ୍ରଂସଶାର ସୁଅ ଛୁଟୁଛି ।

Leave A Reply

Your email address will not be published.