ଟୀକାକରଣ ଆରମ୍ଭ ହେଲା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ : ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ । ଇଛୁକ ବ୍ୟକ୍ତି ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ । ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି । କୋଓ୍ୱିନ ଆପରେ ଅନଲାଇନ ସ୍ଲଟ ବୁକିଂ କରି ନେଇପାରିବେ ଟୀକା । ୪୫ ବର୍ଷରୁ ଅଧିକ ବୟସ୍କ ବର୍ଗଙ୍କ ପାଇଁ ଯଥେଷ୍ଟ ଟୀକା ଥିବା ଯୋଗୁଁ ୧୮ ରୁ ୪୪ ବୟସ ବର୍ଗଙ୍କୁ ପ୍ରାଥମିକତା ଦିଆଯିବ । ସରକାରୀ ସୂତ୍ରରୁ କେହି ପ୍ରଥମ ଡୋଜ ନେଇଥିଲେ ବି ଦ୍ୱିତୀୟ ଡୋଜ ଏଠାରେ ନେଇପାରିବେ । ଟିକାର ଅଭାବକୁ କିଛି ମାତ୍ରାରେ ଦୂର କରିପାରିବ ଏହି ବ୍ୟବସ୍ଥା କରିଥିବା ଜଣାପଡିଛି ।

Leave A Reply

Your email address will not be published.