oom

ଦେଓଗାଁରେ କାଳ ବୈଶାଖୀ ବର୍ଷାର ପ୍ରଭାବ : ମାତ୍ର ଘଣ୍ଟାଏରେ ଉଜୁଡ଼ି ଗଲା ଶହ ଶହ ଏକର ଡାଳୁଆ ଧାନ, ପନିପରିବା ଚାଷକୁ ନେଇ ଚିନ୍ତାରେ ଚାଷୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ସକାଳ ପ୍ରାୟ ସାଢ଼େ ଆଠଟାରେ ଦେଓଗାଁର ପଶ୍ଚିମ ଉତ୍ତର ଦିଗରୁ ଉଠିଳା ମେଘ । କିଛି ସମୟ ମଧ୍ୟରେ ଆରମ୍ଭ ହେଲା ପବନ ସହ ବର୍ଷା । ଯଦିଓ କିଛି ଦିନ ହେଲା ଖରା ଯୋଗୁଁ ଆଉଟୁ ପାଉଟୁ ଲାଗୁଥିଲା ବର୍ଷା ହେବା ପରେ ଭଲ ଲାଗିବ ବୋଲି ଲୋକଙ୍କ ମନରେ ଖୁସି ଆସୁଥିଲା କିନ୍ତୁ ଦେଓଗାଁ ବ୍ଳକର ଦେଓଗାଁ, ଗୌଡ଼ଗୋଠ, ଅର୍ଜୁନପୁର ସହ ବହୁ ଅଞ୍ଚଳର ଡାଳୁଆ ଧାନ ଚାଷୀମୁଣ୍ଡରେ ଚଡ଼କ ପଡ଼ିଯାଇଛି । କିଛି ଚାଷୀଙ୍କ ଧାନ କଟା ସରି ଡୁଲି ଭିତରେ ପେଟା ପଡ଼ିଥିବାରୁ ପେଟା ପାଣିରେ ଭାସୁଛି, ସେହିପରି କିଛି ଚାଷୀଙ୍କ ଧାନ ପବନ ଯୋଗୁଁ ପଡ଼ିଯାଇଛି ଓ ଆଉ କିଛି ଚାଷୀଙ୍କ ଧାନରେ ପାଣି ମାଡ଼ିଯାଇଛି । ଏହା ଫଳରେ ପାଣିରେ ଭାସୁଥିବା ପେଟା ଓ ପବନରେ ଭାଙ୍ଗିଯାଇଥିବା ଧାନ ଯୋଗୁଁ ଚାଷୀ ବହୁ କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି । କେବଳ ଧାନ ଚାଷ ନୁହେଁ ଏହା ସହ କରାଯାଇଥିବା ପନିପରିବା ଚାଷ ମଧ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି । କାଳ ବୈଶାଖି ବର୍ଷା ଯୋଗୁଁ କେତେ ଚା‌ଷ କ୍ଷତି ହୋଇଛି ବୋଲି ଦେଓଗାଁ ବ୍ଳକ କୃଷି ଅଧିକାରୀ ବିପିନ ବିହାରୀ ଉଦଗାତାଙ୍କୁ ପଚାରିବାରୁ ନିଶ୍ଚିତ ଭାବେ ପ୍ରଭାବିତ ହୋଇଥିବ। ଆସନ୍ତା କାଲି କ୍ଷେତ୍ର ପରିଦର୍ଶନ ପରେ କେଉଁ ଧରଣର କେତେ କ୍ଷତି ହୋଇଛି ଆକଳନ କରାଯିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.