jayashree

ଶେରଗଡ ବ୍ଲକ କୃଷ୍ଣଛାଇ ଗାଁ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସଯାତ୍ରା ଉପରେ ପ୍ରଶାସନର ୧୪୪ ଜାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଦ୍ୱିତୀୟ ଲହର ସୁନାମି ଭଳି ମାଡ଼ି ଚାଲିଥିବା ବେଳେ ଏହାର ଚେନ ଭାଙ୍ଗିବା ପାଇଁ ସରକାର ୧୪ ଦିନିଆ ଲକଡ଼ାଉନ କରିଛନ୍ତି । ଯାହାକି ଏହି ଲକଡାଉନର ଅବଧି ଚଳିତ ମଇ ମାସ ୧୯ ତାରିଖ ପର୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ବଳବତ୍ତର ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ କୃଷ୍ଣଛାଇ ଗ୍ରାମପଞ୍ଚାୟତର କୃଷ୍ଣଛାଇ ଗାଁରୁ ଆସିଛି ଅଭାବନିୟ ଦୃଶ୍ୟ । କୋରୋନା କଟକଣା ଏଠି ଫୁ କରି ଏକ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞାନୁଷ୍ଠାନ ପାଇଁ ବରଣ ପୂର୍ବକ କଳସ ଯାତ୍ରା କରାଯାଇଥିବାର ଭିଡିଓ ଏବେ ଭାଇରାଲ ହୋଇଛି । ଗାଁରେ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ବିନା ମାସ୍କରେ ଓ ବିନା ସାମାଜିକ ଦୂରତ୍ବାରେ କଳସ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏଠି ପ୍ରଶାସନର ବାରମ୍ବାର ସଚେତନତା ସ୍ୱତ୍ତେ କରୋନାର ନିୟମାବଳୀ ଫୁ କରି ଅମାନ୍ୟର ଧୋଜା ଉଡେଇଛନ୍ତି । ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଶେରଗଡ଼ ତହସିଲଦାର ଡ଼.ଦୟାସିନ୍ଧୁ ପରିଡ଼ା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ଥାନା ଅଧିକାରୀ ମମତା ସାମନ୍ତରାୟ, ସୁପରଭାଇଜର ମନୋଜ ନାହାକ ପହଞ୍ଚି ଉକ୍ତ ମନ୍ଦିରକୁ ସିଲ କରିଥିଲେ । ଡାକ ବାଜି ଯନ୍ତ୍ର ମାଧ୍ୟମରେ ତହସିଲଦାର ଗ୍ରାମର କୌଣସି ବ୍ୟକ୍ତି ବିନା ମାସ୍କରେ ନ ବାହାରିବା ସହ ଗ୍ରାମରେ ୧୪୪ ଧାରା ଜାରି କରିଛନ୍ତି ।

Leave A Reply

Your email address will not be published.