ଟିଟିଲାଗଡ଼, (ଅଜିତ କୁମାର ସାହୁ) : ନିଜ ସାଙ୍ଗ ସହ ମୁଁ ଯାଉଛି କହି ଜଣେ ଯୁବକ ଘରୁ ବାହାରି ରହସ୍ୟମୟ ଭାବେ ଗାୟବ ହୋଇ ଯାଇଥିବା ପରି ଘଟଣା ଘଟିଛି । ଟିଟିଲାଗଡ ସହର ଅନ୍ତର୍ଗତ ୧୪ ନଂ ୱାର୍ଡ ନିବାସୀ ଗୋବର୍ଦ୍ଧନ କାଣ୍ଡ ନାମକ ଜଣେ ବ୍ୟକ୍ତିଙ୍କ ତୃତୀୟ ପୁଅ ଉମାକାନ୍ତ କାଣ୍ଡ(୨୦) ଗତ ୩ ତାରିଖ ଦିନ ସକାଳ ପ୍ରାୟ ୯ଘଣ୍ଟା ସମୟରେ ସେ ତାର ସାଙ୍ଗ ରୁମାନ ବଗର୍ତ୍ତି ଫୋନ କରିଛି ମୁଁ ତା ସହ ରାୟଗଡ଼ା ଯିବି କହି ଯାଇଥିଲା । ସେହିଦିନ ଠାରୁ କାହିଁକି କେଜାଣି ଆଉ ତାର ଫୋନ ଲାଗି ନ ଥିଲା । ସେ ରହସ୍ୟମୟ ଭାବେ କେଉଁ ଆଡେ ନିଖୋଜ ହୋଇଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସେ ବ୍ୟବହାର କରୁଥିବା ମୋବାଇଲ ନଂ.୯୩୩୭୫୮୪୨୭୯ ଓ ୮୮୯୫୭୨୨୯୨୩ ସୁଇଚ୍ଅଫ ରହିଥିବା ବେଳେ ଅନେକ ଖୋଜାଖୋଜି କରି ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ଗତ ୮ ତାରିଖ ରେ ତାର ମୋବାଇଲ ନଂ.୮୮୯୫୭୨୨୯୨୩ ଯୋଗେ ପରିବାର ଲୋକଙ୍କ ନିକଟକୁ ଶେଷ ଥର ମେସେଜ ଆସିଥିବା ବେଳେ ତା’ ପରେ ମୋବାଇଲ ସୁଇଚ ବନ୍ଦ ରହିଥିବା ଜଣାଇଛନ୍ତି । ସେ ଡରି ଡରି ପରିବାର ଲୋକଙ୍କ ସହ ଉକ୍ତ ନଂ.ରେ ଯୋଗାଯୋଗ କରି ସବିଶେଷ ପରେ ଜଣାଇବି ବୋଲି ସୂଚନା ଦେଇଥିବା ପ୍ରକାଶ କରିଛନ୍ତି । ସେ ରାୟଗଡାରେ ତାର ସାଙ୍ଗ ରୁମାନ ବଗର୍ତ୍ତିର ନିଜ ନାନୀ ଘର ସ୍ଥିତ ଘରେ ରହିଥିବା ଖବର ପାଇଥିଲେ ପରିବାର ଲୋକେ । ହେଲେ ଉକ୍ତ ରୁମାନ ଗତ ୬ ତାରିଖ ଦିନ ସନ୍ଧ୍ୟାରେ ଏକୁଟିଆ ଟିଟିଲାଗଡ ସିରଭଟାପଡା ସ୍ଥିତ ତାର ନିଜ ଘରକୁ ଏକୁଟିଆ ଫେରି ଆସିଥିଲା । ଏ ନେଇ ଉମାକାନ୍ତ ବିଷୟରେ ଉକ୍ତ ରୁମାନକୁ ପଚାରିବାରୁ ସେ ଗତ ୩ ତାରିଖ ଦିନ ମୋର ନାନୀ ଘରୁ ସନ୍ଧ୍ୟାରେ କେଉଁଆଡ଼େ ଚାଲି ଯାଇଛି ଓ ମୋ ପାଖରେ କିଛି ଖବର ନାହିଁ ବୋଲି ନିଖୋଜ ଯୁବକର ପରିବାର ଲୋକଙ୍କ ନିକଟରେ ପ୍ରକାଶ କରିଥିବା ଜଣାଇଛନ୍ତି । ପୁଅ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଥିବା ବେଳେ ସେ କେଉଁଠି ଅଛି ସେ ନେଇ କିଛି ସୂଚନା ନ ପାଇ ଟିଟିଲାଗଡ ପୋଲିସ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଟିଟିଲାଗଡ ଥାନାରେ ଏ ନେଇ ନିଖୋଜ ଉମାକାନ୍ତର ସାଙ୍ଗ ରୁମାନ ସହ ଫୋନରେ ଯୋଗାଯୋଗ କରିବାରୁ ସେ ଥାନାକୁ ପହଁଚୁଛି କହିଥିବା ବେଳେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ପହଂଚି ନଥିଲା । ପୁନଃ ପୋଲିସ ଥାନା ଏସ ଆଇ ଖେମସିଙ୍ଗ ମାଝି ଯୋଗାଯୋଗ କରିବା ପରେ ଫୋନରେ ସେ ରାୟପୁରରେ ଅଛି ଆସନ୍ତା କାଲି ଆସି ପହଞ୍ଚିବ ବୋଲି ଜଣାଇଥିଲା । ଏକ ସଙ୍ଗରେ ଯାଇ ଏପରି ଏକୁଟିଆ ଫେରି ଆସିବା ଓ ସେ କିଛି ନିଶ୍ଚୟ ଲୁଚାଉଅଛି ବୋଲି ସନ୍ଦେହ ସୃଷ୍ଟି ହେଉଛି । ବର୍ତ୍ତମାନ ପରିବାର ଅସହାୟ ହୋଇ ପଡ଼ିଥିବା ବେଳେ ଏ ନେଇ ଯଥାଶୀଘ୍ର ପୋଲିସ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଦାବୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ ଅଞ୍ଚଳର କେତେକ ଅପରାଧିକ ଯୁବକଙ୍କ ସହ ନିଖୋଜ ଉମାକାନ୍ତ କିଛି ଦିନ ଧରି ସାଙ୍ଗ ହୋଇ ଆସୁଥିବା ବେଳେ ଗତ କିଛି ଦିନ ଧରି ସେ ଚିନ୍ତିତ ରହୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଟିଟିଲାଗଡ ଥାନା ଏଏସଆଇ ଖେମସିଙ୍ଗ ମାଝୀ ଏ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ ଦାବୀ ପ୍ରକାଶ ପାଉଛି ।