oom

ଚଟୁଅନକା ପଞ୍ଚାୟତରେ କରୋନା ଟୀକାକରଣ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ସ୍ଥିତ କ୍ଳବ ଗୃହରେ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । କରୋନା ଟୀକା ନେଲେ ଲୋକମାନେ ମରିଯିବା, ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଉଥିବାର ସୋସିଆଲ ମିଡ଼ିଆ ଓ ଲୋକ ଗୁଜବରେ ଲୋକମାନେ ଭୟଭୀତ ହୋଇ ଟୀକା ନେବାକୁ ଆଗଭର ହୋଇନଥିଲେ । ପ୍ରକୃତିବନ୍ଧୁ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ମାଝିପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ନମିତା ମିଶ୍ର, ଆଶାକର୍ମୀ ସୂର୍ୟ୍ୟକାନ୍ତୀ ମାଝୀ, ଜେମାମଣି କଲେତ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଶିକ୍ଷକ କିଶୋର ବରିହା, ଦେବକୀ ତାଣ୍ଡି, ଥମିର ଛତ୍ରିଆ ଲୋକମାନଙ୍କୁ ବୁଝେଇବା ସହିତ ଟୀକାକରଣର ଉପକାରିତା ଉପରେ ଆଲୋକପାତ କରିଥିଲେ । ସର୍ବ ପ୍ରଥମେ ବିରଞ୍ଚି ନାରାୟଣ ଦାଶ ଲୋକ ମାନଙ୍କୁ ବିଶ୍ୱାସ ଭାଜନ କରିବା ପାଇଁ ଟିକା ନେଇଥିଲେ।ତାପରେ ସମାଜସେବୀ ଥମିର ଛତ୍ରିଆ ଟିକା ନେଇଥିଲେ । ତାଙ୍କ ପରେ ପରେ ଅନ୍ୟ ମାନେ ଟୀକା ଗ୍ରହଣ କରିଥିଲେ । ଟୀକାକରଣ ପାଇଁ ବାସୁଦେବ ରଣା, ପ୍ରହଲ୍ଲାଦ ସାହୁ, କୈବଲ୍ୟ ପନିକା, ରଞ୍ଜିତ ସାହୁ ଆଦି ତୁରେକେଲା ଡାକ୍ତରଖାନାରୁ ଆସିଥିଲେ । ସର୍ବପ୍ରଥମେ ଟୀକା ନେବାକୁ ଆସୁଥିବା ବ୍ୟକ୍ତି ମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇ ୪୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକା ଦିଆ ଯାଇଥିଲା । ଜୁନିଅର ରେଡକ୍ରସ ପରାମର୍ଶଦାତା ଶ୍ରୀ ଦାଶ ଉପସ୍ଥିତ ସମସ୍ତଙ୍କୁ ମାସ୍କ ବଣ୍ଟନ କରିବା ସହିତ ସେନିଟାଇଜର ଦ୍ଵାରା ହାତ ଧୋଇଵାକୁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.